ପୁରୀ ( ଏଟିଆର ବ୍ୟୁରୋ): ଆସନ୍ତା ଡିସେମ୍ବର ୨ ତାରିଖରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବ ଓଢଣ ଷଷ୍ଠୀ ପର୍ବ । ଏହି ଅବସରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାର୍ଗଶୀର ମାସରେ ଶୀତ ପାଇଁ ଏହି ନୀତିରେ ମହାପ୍ରଭୁ ଶୀତବସ୍ତ୍ର ପରିଧାନ କରିବେ । ମହାପ୍ରଭୁଙ୍କ ପାଇଁ ଶୀତବସ୍ତ୍ର ମଧ୍ୟ ତିଆରି ଆରମ୍ଭ ହୋଇଯାଇଛି ।
କେବଳ ଯେ ମହାପ୍ରଭୁ ଶୀତ ବସ୍ତ୍ର ପରିଧାନ କରିବେ ତା ନୁହେଁ ମହାପ୍ରଭୁଙ୍କ ସମେତ ମଦନ ମୋହନ ସୁଦର୍ଶନ, ପତିତ ପାବନ,ସୂର୍ଯ୍ୟଦେବ, ନୃସିଂହ ମହାପ୍ରଭୁ, ଦକ୍ଷୀଣ କାଳିକାଙ୍କ ପାଇଁ ମଧ୍ୟ ଶୀତବସ୍ତ୍ର ନିର୍ମାଣ କରାଯାଉଛି । ସୂଚନାଯୋଗ୍ୟ ମାର୍ଗଶୀର ଶୁକ୍ଳଷଷ୍ଠୀ ଠାରୁ ମାଘ ସପ୍ତମୀ ପର୍ଯ୍ୟନ୍ତ ମହାପ୍ରଭୁ ଶୀତବସ୍ତ୍ର ପରିଧାନ କରନ୍ତି । ଗତକାଲି ଠାରୁ ଦରଜୀ ସେବକ ମହାପ୍ରଭୁଙ୍କ ଲାଗି ଏହି ଶୀତବସ୍ତ୍ର ତିଆରି ଆରମ୍ଭ କରିଛନ୍ତି ।