ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ଭାରତ ଗସ୍ତରେ ଆସିଛନ୍ତି । ସେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ତେବେ ଏହି ଅବସରରେ ହୋଇଥିବା ସାମ୍ବାଦିକ ସମ୍ମୀଳନୀରେ ମାଦି କହିଛନ୍ତି ଭାରତ ସବୁବେଳେ ଆତଙ୍କବାଦକୁ ବିରୋଧ କରି ଆସିଛି । ଆତଙ୍କବାଦ ବିରୋଧରେ ଭାରତ ଶ୍ରୀଲଙ୍କାକୁ ସମର୍ଥନ କରିବ ବୋଲି ମୋଦି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦକୁ ବିରୋଧ କରିବା ପାଇଁ ମୁଁ ଶ୍ରୀଲଙ୍କା ଯାଇଥିଲି ।
ସେହିଭଳି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା କହିଛନ୍ତି ଶ୍ରୀଲଙ୍କା ଦ୍ୱାରା ଗିରଫ ହୋଇଥିବା ମତ୍ସ୍ୟଜୀବିଙ୍କୁ ଖୁବଶିଘ୍ର ରିଲିଜ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ମୋଦିଙ୍କ ସହିତ ବହୁ ଗୁରୁତ୍ୱପୂଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଇଣ୍ଟେଲିଜେନ୍ସ କ୍ଷମତାକୁ ବୃଦ୍ଧି କରିବା ପାଇଁ ଭାରତ ସବୁବେଳେ ଶ୍ରୀଲଙ୍କାକୁ ସହଯୋଗ କରି ଆସିଛି ।