ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ତିନି ମାସର କଣ୍ଟ ପୁରିବା ପରେ ଆଜି ଡିସେମ୍ବର ପହିଲାରୁ ଆରମ୍ଭ ହୋଇଛି କଡାକଡି ଟ୍ରାଫିକ ଚେକିଂ । କେବଳ ଗାଡି କାଗଜ ପତ୍ର ଓ ଲାଇସେନ୍ସକୁ ବାଦ ଦେଲେ ଆଉ ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ଏନେଇ ଆଜି ବିଭିନ୍ନ ଛକରେ କଡାକଡି ଯାଞ୍ଚ ଆରମ୍ଭ କରିଛି ପୋଲିସ । ତେବେ ଆଜି ପ୍ରଥମ ଦିନରେ କଟକରେ ଜଣେ ନାବଳକ ବିନା ହେଲମେଟ ଓ ମୋବାଇଲରେ କଥା ହୋଇ ଗାଡି ଚଳାଉଥିବା ବେଳେ ଧରା ପଡିବାରୁ ତାଙ୍କ ବାପାଙ୍କୁ ଗଣିବାକୁ ପଡିଛି ୬ ହଜାର ଟଙ୍କାର ଫାଇନ ।
ଆଜି କଟକ ମଧୁ ପାଟଣା ଛକରେ ଚେକିଂ ଚାଲୁଥିବା ବେଳେ ନାବାଳକ ଜଣଙ୍କ ଧରା ପଡିଥିଲେ । ନାବଳକ ଧରା ପଡିବା ପରେ ଟ୍ରାଫିକ ପୋଲିସ ତାଙ୍କ ବାପାଙ୍କୁ ଡାକି ୬ ହଜାର ଟଙ୍କା ଜରିମାନା ଆଦାୟ କରିଛି । ତେବେ ଆସନ୍ତୁ ଜାଣିବା କେଉଁ ନିୟମ ଭଙ୍ଗ କଲେ କେତେ ଟଙ୍କା ଦେବାକୁ ପଡିବ ଫାଇନ । -ମଦ୍ୟପାନ କରି ଗାଡି ଚଳାଇଲେ ୧୦ ହଜାର
-ଦ୍ରୁତ ଗତିରେ ଗାଡି ଚଳାଇଲେ ୫ ହଜାର
-ଟ୍ରାଫିକର ବିପରୀତ ଦିଗରେ ଗାଡି ଚଲାଇଲେ ୫ ହଜାର
-ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର କଲେ ୫ ହଜାର
-ଦୁଇଚକିଆରେ ତିନି ଜଣ ଗଲେ ୫ ହଜାର
-ରେଡ ଲାଇଟରେ ଅବମନେନା କଲେ ୫ହଜାର
-ହେଲମେଟ ନପିନ୍ଧିଲେ ଓ ସୀଲ୍ଟ ବେଲ୍ଟ ନ ପିନ୍ଧିଲେ ୧ହଜାର
ଆଜିଠାରୁ ଏହି ନିୟମ କଡାକଡି ଭାବେ ପାଳନ କରାଯାଉଛି ।