ଗତକାଲି ଅର୍ଥାତ ଡିସେମ୍ବର ୧ ତାରିଖ ଠାରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଛି ନୂଆ ମୋଟରଯାନ ଆଇନ । କେବଳ ଗାଡି କାଗଜ ପତ୍ରକୁ ୩ ମାସ ପାଇଁ କୋହଳ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଆଇନକୁ କିନ୍ତୁ ୧ ତାରିଖ ଠାରୁ କଡାକଡି କରାଯାଉଛି । ଯଥା ଟ୍ରାଫିକ ନିୟମ ଭାଙ୍ଗିବା, ମଦ୍ୟପାନ କରି ଗାଡି ଚଳାଇବା, ବିନା ହେଲମେଟରେ ଗାଡି ଚାଳନା ଇତ୍ୟାଦି ପାଇଁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ସେହିଭଳି ଆସନ୍ତା ୩ ମାସ ମଧ୍ୟରେ ଲାଇସେନ୍ସ ସମେତ ଗାଡି କାଗଜ ପତ୍ରକୁ ଠିକ କରିବା ପାଇଁ ନିର୍ଦେଶ ହୋଇଛି । ତେବେ ଜନ ସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କିଭଳି ସହଜ ଓ କମ ସମୟ ମଧ୍ୟରେ ଲୋକମାନେ ଲାଇସେନ୍ସ କରି ପାରିବେ ।
ନଜର ପକାନ୍ତୁ ସେବା ଓ ବ୍ୟବସ୍ଥା ଉପରେ
ଲଣ୍ଣି ଲାଇସେନ୍ସ
୧. ଅନଲାଇନ ମାଧ୍ୟମରେ ଆବେଦନ, ଦେୟ ପୈଠ ଏବଂ କମ୍ପ୍ୟୁଟର ଟେଷ୍ଟ ନିମନ୍ତେ ସ୍ଲଟ ବୁକ କରିବେ ।
୨. ଧାର୍ଯ୍ୟ ସ୍ଲଟ ଡେଟ ଏବଂ ସମୟର ୪୫ ମିନିଟ ପୂର୍ବରୁ ଆବେଦନ କରାଯାଇଥିବା ଫର୍ମର ନକଲ, ସ୍ଲଟ ବୁକିଂ ସ୍ଲିପ, ବୟସ, ବାସସ୍ଥାନ, ବ୍ଲଡ ଗ୍ରୁପ ଏବଂ ନିଜର ପରିଚୟ ପ୍ରମାଣ ପତ୍ର ସହିତ ବାୟୋମେଟ୍ରିକ କ୍ୟାପଚର ଏବଂ ଅନଲାଇନ ଟେଷ୍ଟେ ନିମନ୍ତେ ଆରଟିଓ କାର୍ଯ୍ୟାଳୟରେ ଉପସ୍ଥିତ ହେବେ ।
୩. ଅନଲାଇନ ଟେଷ୍ଟରେ କୃତ କାର୍ଯ୍ୟ ହେଉଥିବା ଆବେଦନକାରୀ ତାଙ୍କର ଲଣ୍ଣର ଲାଇସେନ୍ସକୁ www.parivahan.gov.in ରୁ ଡାଉନଲୋଡ କରି ପାରିବେ ।
ଡ୍ରାଇଭିଙ୍ଗ ଲାଇସେନ୍ସ
୧. ଲର୍ଣ୍ଣର ଲାଇସେନ୍ସ ପାଇବାର ୩୦ ଦିନ ପରେ ଏବଂ ୬ ମାସ ମଧ୍ୟରେ ଅନଲାଇନ ମାଧ୍ୟମରେ ଆବେଦନ, ଦେୟ ପୈଠ ଏବଂ ଡ୍ରାଇଭିଙ୍ଗ ଟେଷ୍ଟ ପାଇଁ ସ୍ଲଟ ବୁକ କରିବେ ।
୨. ଧାର୍ଯ୍ୟ ସ୍ଲଟ ଡେଟରେ ଧାର୍ଯ୍ୟ ସମୟର ୪୫ ମିନିଟ ପୂର୍ବରୁ ଆବେଦନ କରାଯାଇଥିବା ଫର୍ମର ନକଲ, ସ୍ଲଟ ବୁକିଂ ସ୍ଲିପ ସହ ଟେଷ୍ଟିଂ ଟ୍ରାକରେ ଡ୍ରାଇଭିଙ୍ଗ ଟେଷ୍ଟ ନିମନ୍ତେ ମୋଟରଯାନ ସହିତ ଉପସ୍ଥିତ ହେବେ ।
୩. ଡ୍ରାଇଭିଙ୍ଗ ଟେଷ୍ଟରେ କୃତକାର୍ଯ୍ୟ ଆବେଦନ କାରୀଙ୍କୁ ସେମାନଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ସ୍ପିଡ ପୋଷ୍ଟ ଦ୍ୱାରା ପ୍ରେରଣ କରାଯିବ ଏବଂ ଆବେଦନକାରୀ ମଧ୍ୟ ଡ୍ରାଇଭିଙ୍ଗ ଲାଇସେନ୍ସ mParivahan App ରେ ପାଇ ପାରିବେ ।
ଡ୍ରାଇଭିଙ୍ଗ ଲାଇସେନ୍ସ ନବୀକରଣ
୧. ଡ୍ରାଇଭିଙ୍ଗ ଲାଇସେନ୍ସର ନବୀକରଣ ନିମନ୍ତେ ଅନଲାଇନ ମାଧ୍ୟମରେ ଦରଖାସ୍ତ ଦାଖଲ ଏବଂ ଫି ଜମା କରି ପାରିବେ ।
୨. ଆବେଦନ ଫର୍ମ ଏବଂ ଦେୟ ପୈଠ ରସିଦକୁ ପ୍ରିଣ୍ଟ କରି ସମୃକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ମେଡିକାଲ ସାର୍ଟିପିକେଟ ଫର୍ମ ୧ ସହିତ ଦାଖଲ କରିବେ ।
୩. ଡ୍ରାଇଭିଙ୍ଗ ଲାଇସେନ୍ସ ଅବଧି ସରିବାର ୧ ବର୍ଷ ପରେ ନବୀକରଣ ନିମନ୍ତେ ଆବେଦନ କଲେ ସ୍ଲଟ ବୁକିଂ କରି ପୁନର୍ବାର ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ହେବ । ଡ୍ରାଇଭିଙ୍ଗ ଲାଇସେନ୍ସ ନବୀକରଣ ପରେ ଆବେଦନକାରୀଙ୍କୁ ତାହା ସ୍ପିଡ ପୋଷ୍ଟ ଦ୍ୱାରା ପ୍ରେରଣ କରାଯିବ ଏବଂ ଆବେଦନକାରୀ ମଧ୍ୟ ଡ୍ରାଇଭିଙ୍ଗ ଲାଇସେନ୍ସ mParivahan App ରେ ପାଇ ପାରିବେ ।
ବିଦ୍ର. ମୋଟରଯାନ ନିୟମ ଅନୁସାରେ ଯେ କୌଣସି ଆବେଦନକାରୀ ରାଜ୍ୟର ଯେ କୌଣସି ଆରଟିଓ କାର୍ଯ୍ୟାଳୟକୁ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ଏଣୁ ଆବେଦନକାରୀ ଆବେଦନ କରିବା ପୂର୍ବରୁ ଇନକ୍ୟୁଆରୀ ଅନ ସ୍ଲଟ ଆଭେଲେବିଟି ଅପସନରେ ଯେଉଁ
ଆରଟିଓ କାର୍ଯ୍ୟାଳୟରେ ଶୀଘ୍ର ସ୍ଲଟ ଉପଲବ୍ଧ ସେହିଠାରେ ମଧ୍ୟ ଆବେଦନ କରିପାରିବେ ।