ଭୁବନେଶ୍ୱର (ଏଯିଆର ବ୍ୟୁରୋ): ନୂଆ ଟ୍ରାଫିକ ନିୟମ ଲାଗୁ ହେବା ଦିନ ଠାରୁ ଲୋକଙ୍କ ମଧ୍ୟରେ ଟ୍ରାଫିକ ନିୟମକୁ ନେଇ ଏକ ପ୍ରକାରର କୋକୁଆ ଭୟ ସୃଷ୍ଟି ହୋଇଛି । ଟ୍ରାଫିକ ଧରିବା ଭୟରେ ଯେଉଁମାନଙ୍କ ପାଖରେ ଗାଡି କାଗଜ ପତ୍ର ସହ ଲାଇସେନ୍ସ ନଥିଲା ସେମାନେ ସେ ସବୁକୁ ଠିକ କରିବାରେ ଲାଗିଲେଣି । ଖାସ କରି ଲାଇସେନ୍ସ ପାଇବାରେ ପାଇଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଖାଲି ଯେ କାଗଜ ପାଇଁ ଘଣ୍ଟାଘଣ୍ଟା ଧରି ଲୋକମାନେ ଆରଟିଓ ଅଫିସ ସମ୍ମୁଖରେ ଠିଆ ହେଉଛନ୍ତି ତାହା ନୁହେଁ ରାତିି ତମାମ ସେମାନଙ୍କୁ ଆରଟିଓ ଅଫିସ ଆଗରେ ଠିଆ ହୋଇ ଥିବା ଦେଖବାକୁ ମିଳୁଥିଲା ।
ଅନେକ ଲୋକଙ୍କ ପାଖରେ କାଗଜପତ୍ର ଠିକ ନଥିବାରୁ ରାଜ୍ୟ ସରକାର ପୁଣି ୩ ମାସ ପର୍ଯ୍ୟନ୍ତ ଟ୍ରାଫିକ ନିୟମରେ କିଛି ପରିବର୍ତ୍ତନ କରିଥିଲେ । ତେବେ କିପରି ଏହି ତିନି ମାସ ମଧ୍ୟରେ ସମସ୍ତେ ଲାଇସେନ୍ସ ପାଇପାରିବେ ସେଥିପାଇଁ ଏବେ ଆରଟିଓ ପକ୍ଷରୁ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଲୋକମାନଙ୍କୁ ଅନଲାଇନରେ ଲର୍ଣ୍ଣିଂ ର୍ି ଲାଇସେନ୍ସ ପ୍ରଦାନ କରାଯିବ । ସେହିପରି ବନ୍ଦ ହେଲା କାଗଜ ଲାଇସେନ୍ସ । ସେହିପରି ଫିଟ୍ନେସ ସାର୍ଟିଫିକେଟର ପ୍ରମାଣପତ୍ର ମଧ୍ୟ ଅନଲାଇନରେ ମିଳିବ । ତେବେ ଯେଉଁମାନେ କାଗଜପତ୍ର ପାଇଁ ଇଚ୍ଛା ପ୍ରକାଶ କରିବେ ସେମାନେ ଲିଖିତ ସମ୍ମତି ପ୍ରଦାନ କରି ଫିସ ଦେଇ ଅନଲାଇନରେ ଦସ୍ତାବିଜ ପାଇପାରିବେ । ଏବଂ ୱେସାଇଟକୁ ଯାଇ ଆବଶ୍ୟକୀୟ କାଗଜପତ୍ର ଡାଉନଲୋଡ କରିପାରିବେ ବୋଲି ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।