କଳାହାଣ୍ଡି(ଏଟିଆର ବ୍ୟୁରୋ): ଶେଷରେ ଆଖି ବୁଜିଲେ ତିନି ନିଷ୍ପାପ ଶିଶୁ । ଧାନ ଖଳାରେ ଖେଳୁଥିବା ବେଳେ ହତାଠ ନିଆଁ ଲାଗିଯିବାରୁ ଖଳାରେ ଖେଳୁଥିବା ଶିଶୁ ମାନେ ପୋଡି ହୋଇଯାଇଥିଲେ । ହତାଠ ନିଆଁ ଲାଗିଯିବାରୁ ୩ଜଣ ଶିଶୁ ନଜାଣି ପାରି ନିଆଁରେ ପୋଡି ହୋଇଯାଇଥିଲେ । । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ କୋକସରା ଡାକ୍ତାଖାନାରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭବାନୀପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ମହିମା ପଞ୍ଚାୟତ ବିଜମରା ଗ୍ରାମରେ । ୩ଜଣ ଶିଶୁ ଧନ ଖଳାରେ ଖେଳୁ ଥିବା ସମୟରେ ଏହି ଭଳି ଘଟଣା ଘଟିଥିଲା । ସେମାନଙ୍କର ଶରୀରର ୯୦ ପ୍ରତିଶତ ଅଂଶ ପୋଡି ଯାଇଥିଲା । ତେବେ ମୃତ୍ୟୁ ହୋଇଥିବା ୩ ଜଣ ହେଲେ ବିଜମରା ଗ୍ରାମର ଯାଆଁଳା ଭଉଣି ରୋଜି ଓ ଡେଜୀ ଦିଶାରୀ ଓ ଅନ୍ୟ ଜଣେ ଶିଶୁ କୁଣ୍ଡିଗୁଡା ଗାଁର ରଚନା ରାଉତ । ଶିଶୁ ମାନଙ୍କ ମୃତ୍ୟୁ ଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ରିପୋର୍ଟ- ତୁଳସିରାମ ଛତ୍ରୀଆ