ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସାରା ଦେଶ ପାଳୁଛି ନୌସେନା ଦିବସ । ଏହି ଅବସରରେ ନୌସୈନିକଙ୍କ ଅଦ୍ୟମ ସାହାସ ଏବଂ ପରାକ୍ରମକୁ ମନେପକାଇ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି , ନୌସେନା ଦିବସ ଅବସରରେ ନୌସୈନିକ, ଅଧିକାରୀ ଏବଂ ତାଙ୍କ ପରିଜନକଙ୍କୁ ହାର୍ଦ୍ଦିକ ଶୁଭକାମନା ।
ସୂଚନାଯୋଗ୍ୟ, ୧୯୭୧ ମସିହାରେ ଭାରତ ଯୁଦ୍ଧରେ ପାକିସ୍ତାନଠାରୁ ବିଜୟ ପ୍ରାପ୍ତ କରିଥିଲା । ଏହି ଯୁଦ୍ଧରେ ଭାରତ ନୌସୈନିକମାନେ ଦେଶର ଆର୍ମି ଏବଂ ଏୟାର ଫୋର୍ସଙ୍କ ସହ ମିଶି ପାକିସ୍ତାନ ସେନାଙ୍କ ସାମ୍ନା କରିଥିଲେ । ଏହାସହିତ ଡିସେମ୍ବର ୪ରେ ନୌସୈନିକ ମାନେ ଅପରେଶନ୍ ଟ୍ରାଇଡେଣ୍ଟ ଚଲାଇ ପାକିସ୍ତାନର କରାଚୀରେ ହମଲା କରିଥିଲେ । ଏହି ଅପରେଶନ୍ ଟ୍ରାଇଡେଣ୍ଟର ସଫଳତା ଦ୍ୱାରା ଭାରତ ଏହି ଐତିହାସିକ ଯୁଦ୍ଧକୁ ବିଜୟ ପ୍ରାପ୍ତ କରିଥିଲା ।
ଅପରେଶନ୍ ଟ୍ରାଇଡେଣ୍ଟ କଣ?
ଅପରେଶନ୍ ଟ୍ରାଇଟେଣ୍ଡ ହେଉଛି ଭାରତୀୟ ନୌସୈନିକ ଦ୍ୱାରା ଯୁଦ୍ଧ ଅବସରରେ ଏକ ମିଶନ ଭଳି ଚାଲୁ କରାଯାଇଥିବା ଅଭିଯାନ ଥିଲା । ଏହି ଅଭିଯାନ ଅନୁଯାୟୀ ପାକିସ୍ତାନୀ ନୌସେନାଙ୍କ କାର୍ଯ୍ୟାଳୟ ଉପରେ ଟାର୍ଗେଟ କରାଯାଇଥିଲା । ଏଥିପାଇଁ ହିନ୍ଦୁସ୍ତାନୀ ଆର୍ମି ପକ୍ଷରୁ ୩ଟି ବିଦ୍ୟୁତ୍ କ୍ଲାସ ମିସାଇଲ ବୋଟ, ୨ଟି ଆଣ୍ଟି ସବମାରିନ୍ ଏବଂ ଗୋଟେ ଟ୍ୟାଙ୍କର ବ୍ୟତିତ ସୁମୁଦ୍ର ସୁଡଙ୍ଗକୁ ନଷ୍ଟ କରିବା ପାଇଁ ୧୨ ଟି ଜାହାଜ ଲଗାଯାଇଥିଲା । ଏହି ଅପରେଶନକୁ ରାତିରେ ସଫଳ କରିବା ଲାଗି ଟାର୍ଗେଟ କରାଯାଇଥିଲା ।
ଭାରତୀୟ ନୈସେନାର ଯୋଜନା ମୁତାବକ,୧୯୭୧ ମସିହା ଡିସେମ୍ବର ୩ ତାରିଖ ରାତିରେ ପାକିସ୍ତାନୀ ନୈସେନା କାର୍ଯ୍ୟାଳୟ ଉପରେ ଟାର୍ଗେଟ କରାଯାଇଥିଲା । ଏହାପରେ ଭାରତୀୟ ସେନା ପାକିସ୍ତାନୀ ସେନାଙ୍କ ସମୁଦ୍ର ଶୁଡଙ୍ଗ ଉଡାଇବା ଆରମ୍ଭ କରି ଦେଇଥିଲେ । ଏହି ଯୋଜନା ଅନୁଯାୟୀ ପାକିସ୍ତାନର ୫ ଜଣ ସେନାଙ୍କୁ ମାରି ଦେଇଥିଲେ ଭାରତୀୟ ସେନା । ଏଥିରେ ଅନେକ ଗୁରୁତର ମଧ୍ୟ ହୋଇଥିଲେ । ଏହି ଅପରେଶନ୍ ର ସବୁଠାରୁ ବଡ ସଫଳତା ହେଉଛି ଏଥିରେ କୌଣସି ଭାରତୀୟ ଯବାନ ଆହତ ହୋଇନଥିଲେ ।