ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ନୌସେନା ଏବଂ ବାୟୁ ସେନାର ସଂଯୁକ୍ତ ବେସ ପର୍ଲ ହାର୍ବର ହିକମରେ ଆଜି ସକାଳୁ ଅଚାନକ୍ ଗୁଳିବର୍ଷଣ ହୋଇଛି । ଏହି ଅବସରରେ ଭାରତୀୟ ବାୟୁସେନା ପ୍ରମୁଖ ଆରକେଏସ ଭଦୌରିୟା ଅଳ୍ପକେ ବିର୍ତ୍ତି ଯାଇଛନ୍ତି । ଘଟଣା ସମୟରେ ଭାରତୀୟ ବାୟୁସେନା ପ୍ରମୁଖ ତାଙ୍କ ଟିମ୍ ଙ୍କ ସହିତ ସେହି ବେସ୍ ରେ ଉପସ୍ଥିତ ଥିଲେ । ପ୍ରକୃତରେ ଶିପୟାର୍ଡରେ ଥିବା ଜଣେ ଗନମ୍ୟାନ୍ ଅଚାନକ୍ ଗୁଳି କରିବା ଆରମ୍ଭ କରିଦେଇଥିଲା ବୋଲି କୁହାଯାଉଛି ।
ଏହି ଘଟଣାରେ ପାଖାପାଖି ୩ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ୨ ଜଣଙ୍କର ଅବସ୍ଥା ଗୁରୁତର ହୋଇ ପଡିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଗୁଳିବର୍ଷଣ କରିଥିବା ଗନମ୍ୟାନ୍ ବି ନିଜେ ନିଜକୁ ଗୁଳି ମାରି ଦେଇଛି । ଏହି ଘଟଣା ପରେ ସାରା ଅଞ୍ଚଳକୁ ଘେରାଉ କରି ଦିଆଯାଇଛି ।
ଓହୁ ସମୁଦ୍ର ତଟର ଦକ୍ଷୀଣ ଭାଗରେ ପର୍ଲ ହାର୍ବର ବେସ ରହିଛି, ଯେଉଁଠି ବାୟୁ ସେନା ଏବଂ ନୌସେନାଙ୍କ ସେନା ଆଡା ରହିଛି । ପର୍ଲ ବନ୍ଦର ଆମେରିକାର ପ୍ରସିଦ୍ଧ ବନ୍ଦର ଏବଂ ନୌସେନାଙ୍କ ଆଡା ସ୍ଥଳୀ । ଏହି ବନ୍ଦରର ୨୦ ବର୍ଗ କିମି ଅଞ୍ଚଳରେ ଶହ ଶହ ଜାହାଜ ରହିପାରିବ ।
ନିକଟରେ ଏଇ କିଛି ଦିନ ହେବ ୱାଶିଙ୍ଗଟନ ଡିସି, ଟେକ୍ସାସ, ଓହିୟୋ ଏବଂ ଫ୍ଲୋରିଡା ସହିତ ଅନେକ ସ୍ଥାନରୁ ଗୁଳିବର୍ଷଣ ଘଟଣା ସାମ୍ନାକୁ ଆସିଛି । ଏହାସହିତ ଏଥିପାଇଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି ।