ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଏକ ମର୍ମନ୍ତ୍ୁଦ ସଡକ ଦୁର୍ଘଟଣା । ବସ୍ ଏବଂ ଟ୍ରକ ମଧ୍ୟରେ ଧକ୍କା । ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ରୀବାରେ ଘଟିଛି । ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ଆୟୁକ୍ତ ଅଶୋକ ଭାର୍ଗବ ସୂଚନା ଦେଇଛନ୍ତି ।
ଦୁର୍ଘଟଣାଟି ପାଖାପାଖି ଭୋର ୬.୩୦ ମିନିଟ୍ ଗୁଢ ରୋଡ ଠାରେ ଘଟିଛି । ବସ୍ ଟି ରୀବାରୁ ବାହାରି ସିଧି ଜିଲ୍ଲାକୁ ଯାଉଥିବା ସମୟରେ ପଛ ପଟୁ ଆସୁଥିବା ଟ୍ରକ ଟି ବସ୍ କୁ ଧକ୍କା ଦେଇଥିଲା । ଯାହାଫଳରେ ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି ।