ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତ ଦେହ । ଆଜି ସକାଳୁ ଜଣେ ଯୁବତୀ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା ଘଟଣା ସମ୍ମାକୁ ଆସିଛି । ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋଡ କଲୋନୀ ନିକଟରୁ ମିଳିଲା ମହିଳାଙ୍କ ମୃତ ଦେହ । ମହିଳା ଜଣଙ୍କ ସିନିୟର ମ୍ୟାନେଜର ରୂପେ ଅଶୋକ ନଗର ସ୍ଥିତ ୟୁକୋ ବ୍ୟାଙ୍କ ରେ କାମ କରୁଥିଲେ । ମୃତ ମହିଳାଙ୍କ ନାମ ରଞ୍ଜିତା ରାଓ । ମିଳିଥିବା ସୂଚନା ମୁତାବକ , ରଞ୍ଜିତା ବିଗତ ୮ବର୍ଷ ହେବ ଚାକିରୀ କରି ଆସୁଥିବା ବେଳେ ୨ବର୍ଷ ହେବ ସେ ଭୁବନେଶ୍ୱରର ଅଶୋକ ନଗର ସ୍ଥିତ ୟୁକୋ ବ୍ୟାଙ୍କରେ ଚାକିରୀ କରି କରୁଥିଲେ । ଗତକାଲି ଅଫିସରୁ ଆସି ଖାଇସାରିବା ପରେ ରଞ୍ଜିତା ନିଜ ରୁମକୁ ଶୋଇବାକୁ ଯାଇଥିଲେ । କିନ୍ତୁ ଆଜି ସକାଳୁ ଘରଲୋକ ଡାକିବାରୁ ସେ କବାଟ ନଖୋଲିବାରୁ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା ।
ପରିବାର ଲୋକ ଝରକା ମାଧ୍ୟମରେ ଦେଖିଲା ବେଳକୁ ରଞ୍ଜିତା ନିଜ ବେକରେ ଦଉଡି ଦେଇ ଝୁଲିଥିଲେ । ଏହାପରେ ପରିବାର ଲୋକ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । ରଞ୍ଜିତା କେଉଁ କାରଣରୁ ଆତ୍ମହତ୍ୟା କଲେ ଏବଂ ଏହା ପଛର ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କିଛିଦିନ ପୂର୍ବେ ବାରିପଦାର ଜଣେ ଶିକ୍ଷୟତ୍ରୀ ଆତ୍ମହତ୍ୟା କରିଥିବା ବେଳେ ପୁଣି ଏହିଭଳି ଏକ ଅଭାବନୀୟ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।