ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କଫି ପିଇବା ପାଇଁ ପାଗଳ ଭଳି ହୁଅନ୍ତି । ଏହାବ୍ୟତିତ ଆଉ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବିଲକୁଲ୍ କଫି ପିଅନ୍ତି ନାହିଁ । ଯଦି ଆପଣମାନେ କଫି ପିଉ ନାହାନ୍ତି ତେବେ ଦିନକୁ ଗୋଟେ ଥର ହେଉନା କାହିଁକି କଫି ନିଶ୍ଚିତ ରୂପେ ପିଅନ୍ତୁ । ଆଜ୍ଞା ହଁ
ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି କି କଫି ପିଇବା ଦ୍ୱାରା କାର୍ଡିୟୋବସ୍କୁଲର ସମସ୍ୟା ହେବାର ବିପଦ କମ୍ ଥାଏ । ଏହାସହିତ ମେଟାବଲିକ ସିଂଡ୍ରୋମର ରିସ୍କ ମଧ୍ୟ କମ ହୋଇଥାଏ ଏବଂ ଏହି ସିଂଡ୍ରୋମ ବ୍ୟକ୍ତିଙ୍କ ଶରୀରରେ କାର୍ଡିୟୋବସ୍କୁଲର ରୋଗ ହେବାର ବିପଦକୁ କମ କରିଥାଏ ।
ପ୍ରକୃତରେ ମେଟାବଲିକ ସିଂଡ୍ରୋମ ହାର୍ଟ ରୋଗ ଯେପରିକି ହାର୍ଟ ଷ୍ଟ୍ରୋକ ପାଇଁ ମଧ୍ୟ ଦାୟୀ ହୋଇଥାଏ । କ୍ୟାଟେନିୟା ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଗିଓସେପ ଗ୍ରୋସୋ,କଫି କଞ୍ଜପ୍ସନ ଏବଂ ମେଟାବଲିକ ସିଂଡ୍ରୋମ ମଧ୍ୟରେ ସଂଯୋଗ ର ଉଦ୍ଦ୍ୟେଶ ଜାଣିବା ପାଇଁ ଏହି ଗବେଷଣା କରିଥିଲେ । ଯେଉଁଥିରେ ଜାଣିବାକୁ ମିଳିଛି କି କଫିରେ ନିହିତ ପଲିଫେନୋଲ୍ସ ବିଶେଷ ରୂପେ ଫେନୋଲିକ ଏସିଡ ଏବଂ ଫ୍ଲୋବୋନାଇଡ ରେ ସାମିଲ ହୋଇପାରେ । ଯେଉଁ ବ୍ୟକ୍ତି ସୀମିତ ମାତ୍ରାରେ କଫି ସେବନ କରନ୍ତି ।ସେମାନଙ୍କୁ ଟାଇପ ୨ ଡାଇବେଟିଜ୍ ହେବାର ବିପଦ କମ ଥାଏ ।
ଏହି ଗବେଷଣା୧୩ତମ ୟୁରୋପିଅନ ନ୍ୟୁଟ୍ରିସନ କଂଫ୍ରେନ୍ସ ରେ ପ୍ରସ୍ତୁତ କରାଯାଇଛି । ଯାହାକୁ ଫେଡରେଶନ ଅଫ୍ ୟୁରୋପିଅନ ନ୍ୟୁଟ୍ରିସନ ସୋସାଇଟ ଦ୍ୱାରା ଆୟାରଲାଣ୍ଡର ଡାବାଲିନ୍ ରେ ଆୟୋଜିତ କରାଯାଇଥିଲା । ଏହି ଗବେଷଣାରେ ୨୨ ହଜାର ଲୋକ ସାମିଲ ଥିଲେ । ଏଥିରୁ ସ୍ପଷ୍ଟ ଭାବେ ଜାଣିବାକୁ ମିଳିଛି କି ଗୋଟେ ଦିନରେ ଏକରୁ ଚାରି କପ୍ କଫି ସେବନ କରିବା ଦ୍ୱାରା ମେଟାବଲିକ ସିଂଡ୍ରୋମର ବିପଦ କମ ହୋଇଥାଏ ।