ହାଇଦ୍ରାବାଦ(ଏଟିଆର ବ୍ୟୁରୋ): ପୁଲିସ ଏନକାଉଣ୍ଟରରେ ସଫା ହେଲେ ୪ ପିଶାଚ ଦୁଷ୍କର୍ମକାରୀ । ହାଇଦ୍ରାବାଦ ଡାକ୍ତରାଣୀ ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁର୍ଷ୍କମ ଏବଂ ତାପରେ ପୋଡି ଜାଳି ଦେଇଥିବା ଦୁଷ୍କର୍ମକାରୀଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି । ପୋଲିସକୁ ଚକମା ଦେଇ ଖସି ପଳାଉଥିବା ବେଳେ ୪୪ ନମ୍ବର ଜାତୀୟ ରାଜପଥ ଚେତନାପଲି ଓଭରବ୍ରିଜ୍ ଠାରେ ପୋଲିସ୍ ତାଙ୍କୁ ଏନକାଉଣ୍ଟର କରିଥିଲା । ଏହା ହାଇଦ୍ରାବାଦ ପୋଲିସର ଏକ ବଡ ସଫଳତା ।
ସବୁଠାରୁ ବଡ କଥା ହେଉଛି ଯେଉଁ ଓଭର ବ୍ରିଜ୍ ଠାରେ ପିଶାଚ ଦୁଷ୍କର୍ମକାରୀ ମାନେ ପ୍ରିୟଙ୍କାଙ୍କ ସହ ଦୁର୍ଷ୍କମ କରି ତାଙ୍କୁ ପୋଡି ଜାଳି ଦେଇଥିଲେ । ଠିକ୍ ସେହି ସ୍ଥାନରେ ଦୁର୍ଷ୍କମକାରୀଙ୍କୁ ଗୁଳି କରିଛି ପୋଲିସ ।
ପୋଲିସ ରିପୋର୍ଟ ମୁତାବକ, ଅଭିଯୁକ୍ତ ଖସି ପଳେଇବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ପୋଲିସ ସେମାନଙ୍କ ପଛରେ ଗୋଡାଇ ବା ସହ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।