ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ହାଇଦ୍ରାବାଦ ୪ ଦୁଷ୍କର୍ମକାରୀଙ୍କ ଏନକାଉଣ୍ଟର କୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ରାଷ୍ଟ୍ରପତି ମନ୍ତବ୍ୟ ଦେଇଛନ୍ତି ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜ୍ୟକ୍ଷମା ଆବେଦନ କରିବାର ଅଧିକାର ନମିଳିବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଆମ ଦେଶରେ ନାରୀ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତେଣୁ ଏହି ଅଭିଯୁକ୍ତଙ୍କୁ ରାଜକ୍ଷମା ମିଳିବ କି ନାଁ ତାହା ସଂସଦରେ ନିର୍ଣ୍ଣୟ ହେଉ । ଅନ୍ୟପଟେ ନିର୍ଭୟା ଗଣଦୁଷ୍କର୍ମରେ ଜଣେ ଅଭିଯୁକ୍ତର ରାଜକ୍ଷମା ଆବେଦନକୁ ଖାରଜ କରିଛି ଗୃହମନ୍ତ୍ରଣାଳୟ । ଏହା ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ ଖାରଜ ହୋଇଛି ।
ତେଣୁ ଏଥିରୁ ସ୍ପଷ୍ଟ ଜଣା ପଡୁଛି ଏମାନଙ୍କୁ ଖୁବ ଶୀଘ୍ର ଡେଥ ୱାରେଣ୍ଟ ଜାରି କରାଯାଇ ପାରେ । ରାଜସ୍ଥାନର ଶିହୋରୀରେ ରାଷ୍ଟ୍ରପତି ଏନେଇ ମନ୍ତବ୍ୟ ରଖିଛନ୍ତି । ସୂଚନାଯୋଗ୍ୟ ଆଜି ପୁଲିସ ଏନକାଉଣ୍ଟରରେ ସଫା ହୋଇଛନ୍ତି ୪ ଦୁଷ୍କର୍ମକାରୀ । ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁର୍ଷ୍କମ ଏବଂ ତାପରେ ପୋଡି ଜାଳି ଦେଇଥିବା ଦୁଷ୍କର୍ମକାରୀଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି । ପୋଲିସକୁ ଚକମା ଦେଇ ଖସି ପଳାଉଥିବା ବେଳେ ୪୪ ନମ୍ବର ଜାତୀୟ ରାଜପଥ ଚେତନାପଲି ଓଭରବ୍ରିଜ୍ ଠାରେ ପୋଲିସ୍ ତାଙ୍କୁ ଏନକାଉଣ୍ଟର କରିଛି । ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।