ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟସରକାର ପୁରୀ ଶ୍ରୀମନ୍ଦିର ଉନ୍ନତିକରଣ କରିବା ପାଇଁ ଶ୍ରୀମନ୍ଦିର ଚାରିପଟେ ଥିବା ଜବର ଦଖଳକୁ ଉଚ୍ଛେଦ କରୁଛନ୍ତି । ପୁରୀ ମନ୍ଦିର ଚାରିପାଖ ର ନକ୍ସା ମଧ୍ୟ ତିଆରି କରାଯାଇଛି । ତେବେ ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିର ଚାରିପାଖ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ପରିସରରୁ ଜବରଦଖଳ ଉଚ୍ଛେଦ କରି ଏହାର ଉନ୍ନତିକରଣ କରାଯିବ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।
ଲିଙ୍ଗରାଜ ମନ୍ଦିର ପରିସର ପାଇଁ ସମ୍ପୂର୍ଣ୍ଣ ଡିଜାଇନ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ଓ ସ୍ୱତନ୍ତ୍ର ଆଇନନେଇ ପ୍ୟାକେଜ ଘୋଷଣା କରିବେ । ଏହି ପ୍ୟାକେଜରେ ସେବାୟତଙ୍କ ସ୍ୱାର୍ଥ ସହ ରୀତିନୀତି ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ର ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।