ହାଇଦ୍ରାବାଦ(ଏଟିଆର ବ୍ୟୁରୋ): ଆଜି ଠାରୁ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହୋଇଛି । ହାଇଦ୍ରାବାଦରେ ଖେଳା ଯାଉଥିବା ପ୍ରଥମ ମ୍ୟାଚରେ ଟସ ଜିତିଛି ଭାରତ । ଏହି ମ୍ୟାଚରେ ଭାରତ କ୍ୟାପଟେନ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଛନ୍ତି । ଫଳରେ ୱେଷ୍ଟଇଣ୍ଡିଜ ଟିମ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଦଳକୁ କମ ସ୍କୋରରେ ସୀମିତ ରଖିବାକୁ ଲକ୍ଷ୍ୟ ରଖିଛି ।
ତେବେ ଭାରତ ଦଳରେ ମହମ୍ମଦ ଶାମି, କୁଲଦୀପ ଯାଦବ, ମନିଷ ପାଣ୍ଡେ ଓ ସଞ୍ଜୁ ସାମସନ ବାଦ ପଡିଛନ୍ତି । ଟିମରେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ କରାଯାଇଛି । ଭାରତ ଦଳ ସିରିଜ ଜିତିବା ଉଦ୍ଦେଶରେ ପଡିଆକୁ ଓହ୍ଲାଇଛି । ଆଜିର ମ୍ୟାଚ ପରେ ଆଉ ଦୁଇଟି ମ୍ୟାଚ ଭାରତ-ୱେଷ୍ଟଣ୍ଡିଜ ମଧ୍ୟରେ ଖେଳା ଯିବ । ତେବେ ଶେଷ ମ୍ୟାଚଟି କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯିବ ।