ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନଭେମ୍ବର ୨୦ ତାରିଖ ଦିନ ବିକେ ଶର୍ମାଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ତାଙ୍କୁ ରାତି ଅଧିଆ ଡିଜି ପଦରୁ ବିଦା କରିଥିଲେ । ତେବେ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚ ଆଇପିଏସ ଅଭୟଙ୍କୁ ରାଜ୍ୟ ସରକାର ଡିଜି ଭାବେ ନିଯୁକ୍ତି ଦେଇଥିଲେ । ସୂଚନା ଅନୁସାରେ ନୂଆ ଡିଜି ପଦ ପାଇଁ କେନ୍ଦ୍ର ଲୋକସେବା ଆୟୋଗ ୩ଜଣ ବରିଷ୍ଠ ଆଇପିଏସଙ୍କ ନାଁ ସୁପାରିସ କରିଥିଲେ । ସେଥିମଧ୍ୟରୁ ବିକେ ଶର୍ମାଙ୍କ ନାଁ ବହୁ ଚର୍ଚ୍ଚାରେ ଥିଲା । ହେଲେ ବିକେ ଶର୍ମାଙ୍କୁ ରାତିଅଧିଆ ବଦଳି କରି ତାଙ୍କ ଜାଗାରେ ଅଭୟଙ୍କୁ ଦାୟୀତ୍ୱ ଦିଆଯାଇଥିଲା । ତେବେ ବିକେ ଶର୍ମା ଥିବା ଅଗ୍ନିଶମ ଡିଜି ପଦରେ ସୁନିଲ ରଏଙ୍କୁ ରାଜ୍ୟ ସରକାର ଦାୟୀତ୍ୱ ଦେଇଛନ୍ତି ।
ବର୍ତ୍ତମାନ ଆଇପିଏସ ଅଭୟ ହାଇଦ୍ରାବାଦ ସ୍ଥିତ ଜାତୀୟ ପୁଲିସ ଏକାଡେମୀ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନ ଅନୁସାରେ ଆଇପିଏସ ଅଭୟ ଗତ ଜୁଲାଇ ମାସରେ ଜାତୀୟ ପୁଲିସ ଏକାଡେମୀରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ । ଅଭୟ ୨୦୨୧ ଜୁନ ମାସରେ ସରକାରୀ ଚାକିରିରୁ ଅବସର ନେବେ । ତେବେ ରାଜ୍ୟ ସରକାରଙ୍କ ନିଷ୍ୱତି ଅନୁସାରେ ଅଭୟ ଆସନ୍ତା ୯ ତାରିଖରେ ବିଦ୍ଧିବଧ ଭାବେ ଦାୟୀତ୍ୱ ଗ୍ରହଣ କରିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ମହାନ୍ତି ଅସ୍ଥାୟୀ ଭାବେ ରାଜ୍ୟ ପୁଲିସ ଡିଜି ଭାବେ ଦାୟୀତ୍ୱ ତୁଲାଉଛନ୍ତି ।