କଟକ (ଏଟିଆ ବ୍ୟୁରୋ): ଆସନ୍ତା ଡିସେମ୍ବର ୨୨ତାରଖ ଦିନ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ – ୱେଷ୍ଟିଜ ଦିନିକିଆ ମ୍ୟାଚ । ତେବେ ଖେଳାଳୀ ମାନେ ଆସିବା ଠାରୁ ଷ୍ଟାଡିୟମ କୁ ଯିବା ପର୍ଯ୍ୟନ୍ତ ସେହି ଖେଳ ସରିବା ପରଠାରୁ ହୋଟଲରେ ପହଞ୍ଚିବା ସହ ପରଦିନ ଫେରିବା ପର୍ଯ୍ୟନ୍ତ ସେ ସବୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ବିଭାଗ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛିୁ । ଏ ନେଇ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲାଣି ।
ଅନ- ଲାଇନରେ ଟିକେଟ ବିକ୍ରି ହେବାର ଘଣ୍ଟାଏ ଭିତରେ ୮୧୫୦ ଟିକେଟ ବିକ୍ରି ହୋଇଯାଇଛି । ସେପଟେ ଅଫ-ଲାଇନରେ ଟିକେଟ ୧୯ତାରିଖରେ ମିଳିବ । ଏନେଇ ଦର୍ଶକ ଧାଡିରେ ଛିଡା ହୋଇ ଟିକେଟ କିଣିବେ । ସେହିପରି ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲିଯିବ ଓ ସବୁ ଡେସ୍କରେ ଜଣେ ଲେଖାଏ ପୋଲିସ ଅଧିକାରୀ ରହିବେ । ଅନ୍ୟପଟେ ତଳ ବାଲିଯାତ୍ରା ପଡିଆରେ ଫ୍ୟାନ ଯୋନ ମଧ୍ୟ ରହିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ବାରବାଟୀ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।