ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ବଡ ଅନ ଡିମାଣ୍ଡ ସାଇଟ୍ Netflix ଭାରତରେ ମଧ୍ୟ ତାର ବିସ୍ତାର ସ୍ଥାପନ କରିବା ପାଇଁ ଜୋରସୋରରେ ପ୍ରଚେଷ୍ଟା ଚଳାଇଛି ।
ବହୁ କମ ଦିନ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଏହି ସାଇଟ୍ ଏବେ ତାର ହିନ୍ଦୀ ଦର୍ଶକ ମାନଙ୍କ ପାଇଁ ଆଣୁଛି ହିନ୍ଦୀରେ ୱେବ ସିରିଜ୍ ।
ଭାରତରେ ନିଜର ବ୍ୟବସାୟ ବଢାଇବା ପାଇଁ ହିନ୍ଦୀ କଣ୍ଟେଟ ବଢାଇବା ପାଇଁ ୩ହଜାର କୋଟି ଟଙ୍କା ନିବେଶ କରୁଛି ।
ଭାରତରେ ଦିନକୁ ଦିନ Netflix ବ୍ୟବହାର କାରୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ତାର ଦର୍ଶକ ମାନଙ୍କୁ ଜୋଡି ରଖିବା ପାଇଁ Netflix ଏମିତି ଏକ ପଦକ୍ଷେପ ନେଉଛି ବୋଲି ଅନେକ ମତ ଦେଉଛନ୍ତି ।
Netflix ର ପ୍ରାୟ ସବୁ ଲୋକପ୍ରିୟ କାର୍ଯ୍ୟକ୍ରମ ଗୁଡିକର ହିନ୍ଦୀ ଡବିଂ ଆରମ୍ଭ ହୋଇଯାଇଛି ।ଏହା ତାର ଲୋକପ୍ରିୟତା ବଜାୟ ରଖିବ ବୋଲି ଆଶା କରାଯାଇପାରେ ।
୨୦୧୬ରେ ଭାରତରେ ଆରମ୍ଭ ହୋଇଥିବା Netflix ଦିନକୁ ଦିନ ବହୁ ଲୋକପ୍ରିୟ ହେବାରେ ଲାଗିଛି । ବର୍ତ୍ତମାନ ମୁମ୍ବାଇରେ ଏହି ସାଇଟ୍ର ୧୦୦ କର୍ମଚାରୀ ବିଶିଷ୍ଟ ଗୋଟିଏ ଅଫିସ ମଧ୍ୟ ଅଛି ।