ରାଞ୍ଚି (ଏଟିଆର ବ୍ୟୁରୋ): ନିର୍ବାଚନ ସମୟରେ ସମ୍ବେଦନଶୀଳ କିମ୍ବା ଅତି ସମ୍ବେଦନଶୀଳ ଅଞ୍ଚଳ ଥିବା ସ୍ଥାନ ମାନଙ୍କରେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ପୋଲିସ ଓ ଯବାନ ମାନଙ୍କୁ ନିୟୋଜିତ କରାଯାଇଥାଏ । ଖାଲି ସେତିକି ନୁହେଁ ସୁରକ୍ଷାର କଥା ଆସିବା ମାନେ ଆମେ ଯବାନଙ୍କ କଥା ମନେ ପକାଇଥାଉ । ଆଜି ଆମେ ଏଥିପାଇଁ ଏହା କହୁଛୁ କାରଣ ପୁଣି ଦୁଇ ଯବାନ ସହିଦ ହୋଇଥିବା ଘଟଣା ସମ୍ମାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଗତକାଲି ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଶେଷ କରି ରାଞ୍ଚି ଆସୁଥିବା ବେଳେ ବିସ୍ଫୋରଣର ଶିକାର ହୋଇଛନ୍ତି ଯବାନ ।
ଏନେଇ ସିଆରପିଏଫ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି, ନିର୍ବାଚନ ସୁରକ୍ଷା କାର୍ଯ୍ୟ ସାରି ରାଞ୍ଚ ଫେରୁଥିବା ବେଳେ ମାଓବାଦୀମାନେ ଆଇଡି ବିସ୍ଫୋରଣ କରିଥିଲେ । ଯେଉଁଥିରେ ଦୁଇ ସିଆରପିଏଫ ଯବାନ ଆହତ ହେବା ସହ କିଛି ଯବାନ ଆହତ ହୋଇଛନ୍ତି । ଆହତ ଯବାନ ମାନଙ୍କୁ ରାଞ୍ଚି ହସ୍ଫିଟାଲରେ ଭର୍ତ୍ତି କରାଯାଇଛି । ନିର୍ବାଚନ କାର୍ଯ୍ୟକୁ ଭଣ୍ଡୁର କରିବା ପାଇଁ ମାଓବାଦୀମାନେ ଏହି ଆକ୍ରମଣ କରିଥିବା କୁହାଯାଉଛି । ତେବେ ମାଓବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରିଥିବା ଜଣା ପଡୁଛି ।