ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉଦଯାପନୀ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି ପ୍ଲାଟିନମ ଜୁବୁଲିର ସ୍ୱତନ୍ତ୍ର ସ୍ମରଣିକା ଉନ୍ମୋଚନ କରିଛନ୍ତି । ତେବେ ସେ ନିଜ ଅଭିଭାଷଣରେ କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରମୁଖ ସ୍ଥାନ ନେବ । ଓଡ଼ିଶା ଏମିତି ଏକ ରାଜ୍ୟ ଯିଏ ସାରା ଦେଶକୁ ଶାନ୍ତରି ବାର୍ତ୍ତା ଦେଉଛି । ଏହି ପବିତ୍ର ଭୂଖଣ୍ଡରେ ଠିଆ ହୋଇ ମୁଁ ନିଜକୁ ଭାଗ୍ୟବାନ ମଣୁଛି । ଏଥିସହ ୭୫ବର୍ଷରେ ପଦାର୍ପଣ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ଶିକ୍ଷାର ମନ୍ଦିର ପାଲଟିଛି ।
ଏହି ବିଶ୍ୱବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ବିଭିନ୍ନ ଦେଶ ପାଇଁ ଗୌରବ ଆଣିଛନ୍ତି । ଆଶା ଅଛି ଆଗକୁ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ପ୍ରମୁଖ ସ୍ଥାନ ଅଧିକାର କରିବ । ଏହା ସହ ଉତ୍କଳ ବିଶ୍ୱ ବିଦ୍ୟାଳୟ ୫ରୁ ୭ ବର୍ଷ ଭିତରେ ଏହା ଦେଶର ପ୍ରମୁଖ ଶିକ୍ଷାକ୍ଷେତ୍ର ହେବ ବୋଲି ରାଷ୍ଟ୍ରପତି ଆଶା ପ୍ରକଟ କରିଛନ୍ତି । ରାଷ୍ଟ୍ରପତିଙ୍କ ସମେତ ଉଦଯାପନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରମଉଖ ଯୋଗ ଦେଇଥିଲେ । ପୂର୍ବ କାର୍ଯ୍ୟସୂଚି ଅନୁସାରେ ରାଷ୍ଟ୍ରପତି ଆଜି ରାଜଭବନରେ କିଛି ସମୟ ବିଶ୍ରାମ ନେବା ପରେ ସଂନ୍ଧ୍ୟା ୫.୨୦ ମି. ରେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।