ପୁରୀ(ଏଟିଆର ବ୍ୟୁରୋ): ଗତ କିଛି ଦିନ ତଳେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଠାରୁ ୭୫ ମିଟର ପର୍ଯ୍ୟନ୍ତ ଥିବା ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ଏହାକୁ ନେଇ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରଥମେ ପୁରୀ ଶ୍ରୀମନ୍ଦିର ଚାରିପଟେ ଥିବା ଜବରଦଖଲକୁ ଉଚ୍ଛେଦ ପ୍ରକ୍ର୍ରିୟା କରାଯାଇଥିଲା । ଶ୍ରୀମନ୍ଦିର ସାମ୍ନାରେ ଥିବା ଏମାର ମଠ, ଲଙ୍ଗୁଳି ମଠ ଓ ବଡ ଆଖଡା ମଠର ଜବର ଦଖଲ ଜମିରୁ ଉଚ୍ଛେଦ କରାଯାଇଥିଲା ।
ତେବେ ଗତକାଲି ଠାରୁ ମଙ୍ଗୁ ମଠର ୩ଟି ଦୋକାନ ଘରକୁ ଭାଙ୍ଗି ଦିଆଯାଇଥିଲା । ଆଜି ମଙ୍ଗୁ ମଠର ପାଳି ପଡିଛି । ମଠରେ ଥିବା ମନ୍ଦିର, ଗାଦିଘର ଓ ମହନ୍ତଙ୍କ ବାସଗୃହକୁ ଛାଡି ମଠକୁ ଲାଗି ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କରାଯିବ । ଏନେଇ ମଠର ମହନ୍ତଙ୍କ ସହ ପ୍ରଶାସନ ପୂର୍ବରୁ ଆଲୋଚନା କରିଛି । ମଙ୍ଗୁ ମଠରେ ଲଜିଂ ଓ ହୋଟେଲ ସହ ୨୦ଟି ଦୋକାନ ଘର ଥିବାର ସୂଚନା ରହିଛି । ଦୋକାନ ଘର ଗୁଠିକ ଖାଲି କରିବାରେ ବିଳମ୍ବ ହୋଉଥିବାରୁ ଉଚ୍ଛେଦ ପ୍ରକ୍ରିୟା ବିଳମ୍ବିତ ହେଉଥିବାର ସୂଚନା ମିଳିଛି । କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜିବା ପାଇଁ ଉଚ୍ଛେଦ ପ୍ରକ୍ର୍ରିୟା ସ୍ଥାନରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।