ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଅଚାନକ୍ ରାତିରେ ନିଦ ଭାଙ୍ଗି ଯାଇଥାଏ । ସେମାନଙ୍କ ଠାରେ ଏହି ଜିନିଷ ସବୁବେଳେ ହୋଇଥାଏ, କିନ୍ତୁ ସେମାନେ ଏହାକୁ ଅଣାଦେଖା କରିଥାନ୍ତି । ମନେରଖନ୍ତୁ କି ଏହା ବିନା କାରଣରେ ହୋଇନଥାଏ । ଏହା ପଛରେ ବି କିଛି କାରଣ ରହିଥାଏ । ସେଥିପାଇଁ ଆଜି ଆମେ ସେହି ଲୋକଙ୍କ ପାଇଁ କିଛି ଖାସ୍ କଥା କହିବୁ, ଯେଉଁମାନଙ୍କର ନିଦ ରାତି ୩ଟାରୁ ୫ଟା ଭିତରେ ଭାଙ୍ଗି ଯାଇଥାଏ । ଏହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଶାସ୍ତ୍ରାନୁଯାୟୀ, ଯଦି ଆପଣଙ୍କ ନିଦ ସକାଳ ୩ଟାରୁ ୫ଟା ଭିତରେ ଭାଙ୍ଗି ଯାଉଛି ତେବେ ଜାଣି ରଖନ୍ତୁ କି ଏହା ପଛରେ କୌଣସି ଦିବ୍ୟ ଶକ୍ତି ଲୁଚିକି ରହିଛି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ..
– ଭୋର ୩ଟାରୁ ୫ଟା ସମୟକୁ ଅମୃତ ବେଳା ବୋଲି କୁହାଯାଏ । ଏହି ସମୟରେ ଅନେକ ଅଲୌକିକ ଶକ୍ତିର ପ୍ରଭାବ ରହିଥାଏ । ସବୁଠାରୁ ବଡ କଥା ହେଉଛି ଅଲୌକିକ ଶକ୍ତି ଆପଣଙ୍କୁ କିଛି ଖାସ୍ ଇଶାରା ଦେବାକୁ ଚାହନ୍ତି । ଆପଣଙ୍କୁ ଏହି ଇଶାରା ବିଷୟରେ ବୁଝିବା ଉଚିତ୍ । ଆପଣ ଜାଣିକି ଆଶ୍ଚିର୍ଯ୍ୟ ହେବେ କି ଏହି ସକରାତ୍ମକ ଶକ୍ତି ସେହି ସମୟରେ କେବଳ ସେହି ଲୋକଙ୍କୁ ଉଠାଇଥାନ୍ତି, ଯାହାକୁ ସେ ସର୍ବଦା ଖୁସୀରେ ରଖିବାକୁ ଚାହାନ୍ତି । ସେଥିପାଇଁ ଯଦି ଆପଣଙ୍କ ନିଦ ଭୋର ୩ଟାରୁ ୫ଟା ଭିତରେ ଭାଙ୍ଗୁଛି, ତେବେ ଏହାର ଅର୍ଥ ଅଲୌକିକ ଶକ୍ତି ଆପଣଙ୍କୁ ଖୁସୀ ଦେବାକୁ ଇଶାରା କରୁଛି ।
– ଏହାବ୍ୟତିତ ସକାଳ ୩ଟାରୁ ୫ଟା ଭିତରେ ଯଦି ନିଦ ଭାଙ୍ଗୁଛି ତେବେ ଏହାଦ୍ୱାରା ଧନ ପ୍ରାପ୍ତି ହୋଇପାରେ । ଏହାସହିତ ଘରେ ସୁଖ-ଶାନ୍ତି ବଳବତ୍ତର ରହିଥାଏ । ସକାଳୁ ଉଠିବା କେବଳ ମନ ପାଇଁ ଭଲ ହୋଇନଥାଏ ଏହା ଶରୀର ପାଇଁ ବି ଲାଭ ଦାୟକ ହୋଇଥାଏ । ଯେଉଁ ବ୍ୟକ୍ତି ସକାଳୁ ଶୀଘ୍ର ଉଠିଥାନ୍ତି, ସେ ନିଜକୁ ଫ୍ରେସ ଅନୁଭବ କରିଥାନ୍ତି ।
– ଯଦି ଆପଣଙ୍କର ବି ନିଦ ଭୋରୁ ଭାଙ୍ଗୁଛି ତେବେ ଏହାକୁ ବିଲକୁଲ ଅଣଦେଖା କରନ୍ତୁ ନାହିଁ । ହୁଏତ କିଛି ଲୋକ ଅଛନ୍ତି ଏହାକୁ ଅନ୍ଧ-ବିଶ୍ୱାସ ବୋଲି କହିଥାନ୍ତି । କିନ୍ତୁ ପ୍ରକୃତ କଥା ହେଉଛି ଶାସ୍ତ୍ରରେ କୌଣସି କଥା ବିନା କାରଣରେ ଲେଖାଯାଇ ନାହିଁ । ସକାଳ ସମୟ ଖୁବ୍ ଭାଗ୍ୟାଶାଳୀ ହୋଇଥାଏ । ସେଥିପାଇଁ ଯଦି ଆପଣଙ୍କର ନିଦ ସକାଳୁ ଶୀଘ୍ର ଭାଙ୍ଗି ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ଭାଗ୍ୟ ବହୁତ ଶୀଘ୍ର ଉଜ୍ୱଳ ହୋଇପାରେ ।