ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ବିଧାନ ସଭା ପାଶ୍ୱର୍ରେ ଥିବା ବିଧାୟକଙ୍କ କ୍ୱାର୍ଟର୍ସ ଭଙ୍ଗା ଆରମ୍ଭ ହେବ । ବିଧାୟକ ମାନଙ୍କ ପାଇଁ ବହୁତଳ ପ୍ରସାଦ ନିର୍ମାଣ କରାଯିବ । ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ଏନେଇ ବହୁ ପୂର୍ବରୁ ପୂର୍ବତନ ବିଧାୟକ ଓ ନୂତନ ବିଧାୟକ ମାନଙ୍କୁ କ୍ୱାର୍ଟର୍ସ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ୪୦ ଜଣ ବିଧାୟକଙ୍କ କ୍ୱାର୍ଟର୍ସ ଭଙ୍ଗା ଯାଇ ସେଠାରେ ବହୁତଳ ପ୍ରାସାଦ ନିର୍ମାଣ କରାଯିବ । ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଏହି ବହୁତଳ ପ୍ରସାଦ ସବୁ ଟାଇପ-୮ ଢାଞ୍ଚାରେ ତିଆରି କରାଯିବ ।
ଏହି କ୍ୱାର୍ଟର ଗୁଡିକରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁଧା ୨୪ ଜଣ ବିଧାୟକ କ୍ୱାର୍ଟର୍ସ ଖାଲି କରିଥିବା ଜଣା ପଡିଛି । ଅନ୍ୟ ବିଧାୟକ ମାନଙ୍କୁ ଶୀଘ୍ର କ୍ୱାର୍ଟର୍ସ ଖାଲି କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ ମାନଙ୍କ ପାଇଁ ତିଆରି କରାଯାଉଥିବା ବହୁତଳ ପ୍ରସାଦରେ ୧୪୦ ବିଧାୟକଙ୍କୁ କ୍ୱାର୍ଟର ଯୋଗାଇ ଦିଆଯିବ । ଏଥିପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।