ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ଅନେକ ଯାତ୍ରୀ ଟ୍ରେନ ମାଧ୍ୟମରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାନ୍ତି । ତେଣୁ ଏହି ଟ୍ରେନଗୁଡିକର ସୁରକ୍ଷା ଓ ଆଧୁନିକରଣ ପାଇଁ ରେଳବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି । ତେବେ ରାଉଲକେଲା – ଝାରସୁଗୁଡା ସେକ୍ସନର ବାମରା ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକରଣ କାର୍ଯ୍ୟ କରାଯାଉଛି । ସେଥିପାଇଁ ଟ୍ରେନ ଚଳାଚଳରେ କିଛିଟା ପରିବର୍ତ୍ତନ କରାଯିବା ସହ କିଛିଟା ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି ।
୧୨ ଓ ୧୩ ତାରିଖ ପାଇଁ ରାଉଲକେଲା – ପୁରୀ – ରାଉଲକେଲା ପାସେଞ୍ଜର ଟ୍ରେନକୁ ଉଭୟ ପାଶ୍ୱରୁ ବାତିଲ କରାଯାଉଛି । ସେହିପରି ଟିଟିଲାଗଡରୁ ନିର୍ଦ୍ଧାରିତ ସମୟରୁ ତିନି ଘଣ୍ଟା ବିଳମ୍ବରେ ଟିଟିଲାଗଡ- ହାୱଡା ଇସ୍ପାତ ଏକ୍ସପ୍ରେସ ଛାଡିବ । ଅନ୍ୟପଟେ ୧୦ରୁ ୨୧ତାରିଖ ଜାମ୍ମୁତାୱି- ସମ୍ବଲପୁର ଏକ୍ସପ୍ରେସ ଜାମ୍ମୁତାୱି ଠାରୁ ଓ ୧୩ରୁ ୨୪ ତାରିଖ ସମ୍ବଲପୁର ଠାରୁ ଜମ୍ମୁତାୱି ଏବଂ ରାଉଲକେଲା- ଗୁଣୁପୁରୁ- ରାଉରକେଲା ମଧ୍ୟରେ ଯାତାୟତ କରିବ । ତେବେ ସମ୍ବଲପୁର ଓ ରାଉଲକେଲା ମଧ୍ୟରେ ଉଭୟ ଦିଗରୁ ଟ୍ରେନଗୁଡିକୁୁ ବାତିଲ କରି ଦିଆଯାଉଛି ।