ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଲୋକସଭାରେ ନାଗରିକତା ବିଲ୍ ପାସ ହେବା ପର ଠାରୁ ଭାରତର ଉତ୍ତର-ପୂର୍ବଞ୍ଚଳରେ ଏହାକୁ ବହୁ ବିରୋଧ କରାଯାଉଛି । ଉତ୍ତର ପୂର୍ବଞ୍ଚଳର ବହୁ ଛାତ୍ର ସଂଗଠନ ଓ ଦଳ ମାନେ ଏହାକୁ ବିରୋଧ କରୁଛନ୍ତି । ଫଳରେ ବହୁ ଅଞ୍ଚଳରେ ପୋଲିସ ଓ ଅନ୍ଦୋଳନକାରୀ ମାନେ ମୁହାମୁହିଁ ହେବା ସହ ବହୁ ଯାଗାରେ ପୋଡା ଜଳା ହୋଇଛି । ସବୁଠାରୁ ଅଧିକ ହିଂସା ଗୌହାଟିରେ ଦେଖିବାକୁ ମିଳିଛି ।
ତେବେ ଏହାକୁ ନଜରରେ ରଖି ରାଜ୍ୟ ସରକାର ଗୌହାଟିର ପୋଲିସ କମିସନରଙ୍କୁ ପଦରୁ ହଟାଇ ଦେଇଛନ୍ତି । ସୂଚନା ଅନୁସାରେ ରାଜ୍ୟ ସରକାର ଗୌହାଟି ପୋଲିସ କମିସନର ଦୀପକ କୁମାରଙ୍କୁ ପଦରୁ ହଟାଇ ତାଙ୍କ ସ୍ଥାନରେ ମୁନ୍ନା ପ୍ରସାଦ ଗୁପ୍ତାଙ୍କୁ ଗୌହାଟି ପୋଲିସ କମିସନର ଭାବେ ନିଯୁକ୍ତି ଦେଇଛନ୍ତି । ଅନ୍ୟପଟେ ଆସାମର ଜେନେରାଲ ଅଫ ପୋଲିସ ମୁକେଶ ଅଗ୍ରୱାଲଙ୍କୁ ଏଡିଜିପିକୁ ବଦଳାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜିପି ସିଂହଙ୍କୁ ନିଯୁକ୍ତି ଦିଆଯାଇଛି ।