ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀମନ୍ତ୍ରୀଙ୍କ ବଡ ଘୋଷଣା, ଏୟାର ଇଣ୍ଡିଆର ଶହେ ପ୍ରତିଶତ ବିକ୍ରି କରିବେ କେନ୍ଦ୍ର ସରକାର । ଆଜି ସଂସଦରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । କେନ୍ଦ୍ରମନ୍ତ୍ରୀ ଏନେଇ ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ସରକାରୀ ବିମାନଗୁଡିକ ଦୀର୍ଘ ଦିନ ହେବ ଋଣ ଭାରରେ ଦବି ରହିଛି । ଯାହାର ମୂଲ୍ୟ ୫୦ହଜାର କୋଟି ଟଙ୍କାରୁ ଅଧିକ ହେବ ଏବଂ ଏଥିପାଇଁ ସରକାର ଦୀର୍ଘ ଦିନରୁ କ୍ଷତି ସହି ଆସୁଛନ୍ତି । ତେଣୁ ସରକାର ଏହିଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି , ଏୟାର ଇଣ୍ଡିଆ ସ୍ପେପଫିକ ଅଲ୍ଟରନେଟିଭ ମେକେନିଜମକୁ ପୁଣି ଥରେ ଗଠନ କରାଯାଇଛି । ଏବଂ ଏହାସହ ଏୟାର ଇଣ୍ଡିଆର ରଣନୈତିକ ନିବେଶର ପ୍ରକ୍ରିୟାକୁ ଅନୁମତି ମଧ୍ୟ ଦିଆଯାଉଛି । ଏୟାର ଇଣ୍ଡିଆ ସ୍ପେପଫିକ ଅଲ୍ଟରନେଟିଭ ମେକେନିଜମର ଶହେ ପ୍ରତିଶତ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛି । ୨୦୧୮-୧୯ ବର୍ଷରେ ପାଖାପାଖି ୮,୫୫୬.୩୫ କୋଟି ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି । ଏହା ସହ ଏଭିଏସନ ସେକ୍ଟରରେ ସୁଧାର ଆଣିବା ପାଇଁ ଅନେକ ଗୁଡିଏ ପଦକ୍ଷପମାନ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ନିଜ ଉତ୍ତରରେ କହିଛନ୍ତି ।