ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍ ହେବାର ଗୋଟେ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍ କୁ ମଞ୍ଜୁର ଦେଇଛନ୍ତି । ଏହି ବିଲ୍ ଏବେ ଆଇନ୍ ହେବା ସହ ପାକିସ୍ତାନ, ଆଫଗାନିସ୍ତାନ ତଥା ବାଲାଂଦେଶର ଅଳ୍ପସଂଖ୍ୟକ ଶରାଣାର୍ଥୀଙ୍କୁ ଭାରତୀୟ ନାଗରିକା ଦେବାର ରାସ୍ତା ସଫା ହୋଇଯାଇଛି । ବିପକ୍ଷ ଦଳର କଡା ବିରୋଧ ପରେ ବି ସରକାରଙ୍କ ପକ୍ଷରୁ ପ୍ରଥମେ ଲୋକସଭାରେ ଏବଂ ପରେ ରାଜ୍ୟ ସଭାରେ ଏହି ପାସ୍ କରାଯାଇଥିଲା ।
ରିପୋର୍ଟ ମୁତାବକ, ନାକରିକତା ସଂଶୋଧନ ବିଲ୍ ଆଇନ ଅନୁଯାୟୀ ଲାଗୁ ହୋଇଯାଇଛି ।
ବର୍ତ୍ତମାନ ଆଇନ ଅନୁଯାୟୀ, କୌଣସି ବ୍ୟକ୍ତିକୁ ଭାରତୀୟ ନାଗରିକତା ନେବା ପାଇଁ ଅତି କମ୍ ରେ ୧୧ ବର୍ଷ ରହିଥିଲା ମାତ୍ର ନୂତନ ଆଇନ ରେ ପଡୋଶୀ ଦେଶର ଅଳ୍ପସଂଖ୍ୟକଙ୍କ ପାଇଁ ଏହି ଅବଧିକୁ ହ୍ରାସ କରି ୬ ବର୍ଷ କରାଯାଇଛି । ପୂର୍ବ ଆଇନ୍ ଅନୁଯାୟୀ ଭାରତରେ ଅବୈଧ ଭାବେ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ନାଗରିକତା ମିଳିପାରୁ ନଥିଲା ଏବଂ ତାଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯାଉଥିଲା ।
ସେପଟେ ଏହି ବିଲ୍ ପାଇଁ ବିରୋଧ ଦଳ କଂଗ୍ରେସ ଅଦାଲତକୁ ଯିବା ପାଇଁ ପ୍ରସ୍ତୁତି କରୁଛି । ଏନେଇ ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭାରେ ବିଧେୟକକୁ ବିରୋଧ କରୁଥିବା କପିଲ ସିବ୍ୱଲଙ୍କୁ ଯେତେବେେଳେ ପଚାରାଗଲା କି ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରିବେ , ତାହାର ଜବାବରେ ସେ ଦେଖିବେ ବୋଲି କହିଛନ୍ତି ।