ପୁରୀ (ଏଟିଆର ବ୍ୟୁରୋ): ବାତ୍ୟା ଫୋନିରେ ପୁରୀ ସହର ସମେତ ତାର ଆଖ ପାଖ ଅଞ୍ଚଳ ଛାରଖାର ହୋଇଯାଇଥିଲା । ଶ୍ରୀ ମନ୍ଦିରର ରୋଷଶାଳା ମଧ୍ୟ ଫୋନିର ତାଣ୍ଡବରୁ ବର୍ତ୍ତ ପାରିନଥିଲା । ତେବେ ଶ୍ରୀମନ୍ଦିରର ରୋଷଶାଳା ମରାମତି ପାଇଁ ବାଲୁଖଣ୍ଡ ଅଭୟାରଣ୍ୟରୁ କାଠ ପଠାଯିବ । ଏନେଇ ଆଜି ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପକ୍ଷରୁ ବନ୍ୟପ୍ରାଣୀ ସଂରକ୍ଷଣ ଓ ବନଖଣ୍ଡର ବିକାଶ ପାଇଁ ବସିଥିବା ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ବୈଠକରେ କିପରି ବନ୍ୟାପ୍ରାଣୀ ଓ ଜଙ୍ଗଲର ସୁରକ୍ଷା ନିଆଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।
ବୈଠକରେ ବାଲୁଖଣ୍ଡ ଅଭୟାରଣ୍ୟ ଫୋନି ସମୟରେ ନଷ୍ଟ ହୋଇଥିବା ଓ ଉପୁଡିଥିବା ଗଛର ୧୫ଲକ୍ଷ ଟନ କାଠ ଶ୍ରୀମନ୍ଦିରକୁ ପଠାଯିବ । ଖାଲି ସେତିକି ନୁହେଁ କାଠ ଉଭୟ ସ୍ୱର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ପାଇଁ ପଠାଯିବ । ତେବେ ଏତେ ପରିମାଣରେ ଯେଉଁ ଗଛ ସବୁ ନଷ୍ଟ ହୋଇ ଯାଇଛି ତାକୁ ପୁନରୁଦ୍ଧାର ପାଇଁ ଇକୋ ଡେଭେଲପମେଣ୍ଟ କମିଟିକୁ ୩ଲକ୍ଷ ଗଛ ଦିଆଯିବ ବୃକ୍ଷରୋପଣ ନିମନ୍ତେ । ଅନ୍ୟପଟେ ନନ୍ଦନକାନନରେ ବହୁ ଦିନ ଧରି ରୋପ୍ ୱେ ସେବା ବନ୍ଦ ହୋଇ ପଡିଥିବା ବେଳେ ତାହାକୁ ଆରମ୍ଭ କରାଯିବ । ଏହି ରୋପ ୱେ ପାଇଁ ୩୬ଟି ଗଛ କଟାଯିବ । ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ କାଠ ପଠାଯିବା ନେଇ ବୈଠକରେ ନିଷ୍ପତି ହୋଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।