ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଡାଲଚିନି ଉପଲବ୍ଧ ରହିଥାଏ । ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହା ଖାଦ୍ୟର ସ୍ୱାଦକୁ ଦୁଇ ଗୁଣା କରିବା ସହ ଶରୀରରେ ଔଷଧୀୟ ରୂପେ ମଧ୍ୟ କାମ କରିଥାଏ । ତେବେ ଆସନ୍ତୁ ଜାଣିବା..
ଥଣ୍ଡା-କାଶ: ସାଧାରଣ ଥଣ୍ଡା-କାଶ ହେଲେ କିଛି ବ୍ୟକ୍ତି ମହୁ ସହ ଅଦା ମିଶାଇ ଖାଇଥାନ୍ତି । କିନ୍ତୁ ଯଦି ଆପଣ ମହୁ ସହିତ ଗୁଣ୍ଡ ଡାଲଚିନି ଖାଇବେ ତେବେ ଖୁବ୍ ଶୀଘ୍ର ଥଣ୍ଡାରୁ ଉପଶମ ମିଳିବ । ଏହାସହିତ ଗରମ ପାଣିରେ ମହୁ ଏବଂ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ କାଶରୁ ଆରାମ ମିଳିବ ।
ପେଟ ରୋଗ: ପେଟ ସମ୍ବନ୍ଧୀୟ ରୋଗ ମାନେ ପେଟ ବିନ୍ଧା,କୋଷ୍ଠକାଠିନ୍ୟ ଏବଂ ଏସିଡିଟି ସମସ୍ୟା ଆଦିକୁ ଦୂର କରିଥାଏ ଡାଲଚିନି ଗୁଣ୍ଡ ।
ମୁଣ୍ଡ ବ୍ୟଥା: ଯଦି ଆପଣଙ୍କ ମୁଣ୍ଡ ଜୋରେ ବ୍ୟଥା ହେଉଛି ତେବେ ଡାଲଚିନି ପେଷ୍ଟ ମୁଣ୍ଡରେ ଲଗାନ୍ତୁ । ଏହାଦ୍ୱାରା ମୁଣ୍ଡ ବ୍ୟଥାରୁ ଆରାମ ମିଳିବ ।
କ୍ଷତସ୍ଥାନ ଫୁଲା ଦୂର ହେବ: ଶରୀରରେ ଆଘାତ ଲାଗିବା ଦ୍ୱାରା ସେହି ସ୍ଥାନଟି ଫୁଲି ଯାଇଥାଏ । ସେଥିପାଇଁ କ୍ଷତ ଲାଗିଥିବା ସ୍ଥାନରେ ହାଲୁକା ଭାବେ ଡାଲଚିନି ତେଲ ଘଷନ୍ତୁ । ଏହାଦ୍ୱାରା ଫୁଲା ଦୂର ହୋଇଯାଇଥାଏ ।
ମୁହଁ ଦୁର୍ଗନ୍ଧ ଦୂର ହେବା: ଅନେକ ସମୟରେ କିଛି ବ୍ୟକ୍ତିଙ୍କ ପାର୍ଟିରୁ ଦୁର୍ଗନ୍ଧ ବାହାରିଥାଏ । ଯାହାଫଳରେ ସେମାନଙ୍କୁ କିଛି ସ୍ଥାନରେ ଲଜ୍ଜିତ ମଧ୍ୟ ହେବାକୁ ପଡେ । ସେଥିପାଇଁ ପାର୍ଟିର ଦୁର୍ଗନ୍ଧକୁ ଦୂର କରିବା ଲାଗି ଡାଲଚିନିକୁ ପାର୍ଟିରେ ରଖି ଚୁଶନ୍ତୁ । ଏହାଦ୍ୱାରା ପାର୍ଟିର ଦୁର୍ଗନ୍ଧ ଦୂର ହେବ ।