ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆର୍ନ୍ତଜାତୀୟ କ୍ରିକେଟ ଜଗତରୁ ଅବସର ନେଇଥିବା ୱେଷ୍ଟଇଣ୍ଡିଜ ଖେଳାଳୀ ଡ୍ୱେନ ବ୍ରାଭୋ ନିଜର ସନ୍ୟାସ ନିଷ୍ପତିରୁ ଓହରି ଯାଇଛନ୍ତି । ବ୍ରାଭୋ ୱେଷ୍ଟଇଣ୍ଡିଜ ଦଳର ଜଣେ ଅଲରାଉଣ୍ଡର ହୋଇଥିବା ବେଳେ ୨୦୧୬ପର ଠାରୁ ସେ ୱେଷ୍ଟଇଣ୍ଡିଜ ପକ୍ଷରୁ ଆର୍ନ୍ତଜାତୀୟ ମ୍ୟାଚ ଖେଳିନଥିଲେ । ସେଥିପାଇଁ ସେ ୨୦୧୮ରେ ଆର୍ନ୍ତଜାତୀୟ କ୍ରିକେଟ ଜଗତରୁ ସନ୍ୟାସ ପାଇଁ ଘୋଷଣା କରିଥିଲେ । ଏବେ ସେ ପୁଣି କ୍ରିକେଟ ଜଗତକୁ ଫେରିବା ନେଇ ସୂଚନା ଦେଇଛନ୍ତି । ୩୬ ବର୍ଷୀୟ ବ୍ରାଭୋ ପ୍ରସାଶନିକ ସ୍ତରରେ ସୁଧାର ଆସିବା ପରେ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ।
ବ୍ରାଭୋ ନିଜ ସୋସିଆଲ ମିଡିଆ ଆକାଣ୍ଟରେ ଏନେଇ ସୂଚନା ଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟ କରି କହିଛନ୍ତି, ମୁଁ ଟି-୨୦ କ୍ରିକେଟ ଚୟନ କମିଟିକୁ କହିବାକୁ ଚାହୁଁଛିକି ମୁଁ ଏବେ ପୁଣି କ୍ରିକେଟକୁ ଫେରିବାକୁ ଚାହୁଁଛି । ମତେ ଟି-୨୦ କ୍ରିକେଟ ପାଇଁ ଚୟନ କରିପାରିବେ । ଡେଭ କ୍ୟାମେରନଙ୍କ ସ୍ଥାନରେ ଏବେ ଟିମ ମ୍ୟାନେଜର ରିକି ସ୍କରିଟ ବୋର୍ଡର ନୂଆ ଅଧ୍ୟକ୍ଷ ହୋଇଛନ୍ତି । ତେଣୁ ସେ ତାଙ୍କ ମନ ବଦଳାଇ ଥିବା କଥା କହିଛନ୍ତି । ତେବେ ବ୍ରାଭୋ ୱେଷ୍ଟଇଣ୍ଡିଜ ଆଫଗାନିଙ୍କ ବିରୋଧରେ ଖେଳିଥିବା ସିରିଜରେ ୩-୦ରେ ବିଜୟ ଲାଭ କରିଥିବାରୁ ଟିମକୁ ଶୁଭେଚ୍ଛା ଜଣାଇବା ସହ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ କହିଛନ୍ତି ।