ମାଲାକାନଗିରି(ଏଟିଆର ବ୍ୟୁରୋ): ଆମ ରାଜ୍ୟର ବହୁ ଜାଗା ମାଓବାଦୀ ମାନଙ୍କ କବଜାରେ ରହିଛି । ମାଓବାଦୀ ମାନଙ୍କୁ ମୁଖ୍ୟ ସ୍ରୋତରେ ଯୋଡିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷପ ଗ୍ରହଣ କରୁଛନ୍ତି । କିଛି ମାଓବାଦୀ ମାନେ ସରକାରଙ୍କ ନିକଟରେ ଆତ୍ମ ସର୍ମପଣ କରି ସମାଜର ମୁଖ୍ୟ ସ୍ରୋତ ସହ ଯୋଡି ହୋଇ ଭଲରେ ଜୀବନ ଯାପନ କରୁଛନ୍ତି । ଅନ୍ୟପଟେ ମାଓବାଦୀ ମାନେ ବିଚ୍ଛିନ୍ନା ଅଞ୍ଚଳ ଗୁଡିକରେ ନିଜର ସ୍ଥିତି ଜାହିର କରିବା ପାଇଁ ବହୁ ସମୟରେ ପୋଷ୍ଟର ଜାରି କରିଥାନ୍ତି । ଏହି ପୋଷ୍ଟର ଗୁଡିକରେ ମାଓବାଦୀ ମାନେ ବିଭିନ୍ନ ପ୍ରକାରର ଚେତାବନୀ ମାନ ଦେଇଥାନ୍ତି ।
ଏହାକୁ ଖାତିର ନକରି ମାଲକାନଗିରି ଏସପି ହୃଷିକେଶ ଡି. ହିଲାରି ଲାଲଗଡରେ ତ୍ରିରଙ୍ଗା ଉଡାଇଛନ୍ତି । ମାଲାକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ତ୍ରିରଙ୍ଗା ଉଡିଛି । ସବୁବେଳେ ମାଓବାଦୀ ମାନଙ୍କର ପୋଷ୍ଟର ଓ କଳାପତାକା ଦେଖି ସ୍ଥାନୀୟ ଲୋକ ମାନେ ଭୟଭୀତ ଅବସ୍ଥାରେ ରହୁଥିଲେ । ତେବେ ଗତକାଲି ହନ୍ତାଳଗୁଡାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସେଠାରେ ତ୍ରିରଙ୍ଗା ଲଗାଯାଇଥିଲା । ସବୁବେଳେ ମାଓ ପୋଷ୍ଟର ଓ କଳାପତକା ଦେଖି ଭୟଭୀତ ହୋଇ ରହୁଥିବା ଲୋକ ମାନେ ଗତକାଲି ତ୍ରିରଙ୍ଗା ଉଡୁଥିବାର ଦେଖି ଖୁସି ହୋଇଛନ୍ତି ।