ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତଃ ବାହାଘରରେ ବର-ବଧୂ ଦୁହେଁ ଦୁହିଁଙ୍କୁ ଫୁଲ ମାଳ ପିନ୍ଧାଇବାର ପରମ୍ପରା ରହିଛି । ମାତ୍ର ଏବେ ବାରଣାସୀରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଆପଣ ନହସି ରହି ପାରିବେ ନାହିଁ । ଆଜ୍ଞା ହଁ ବାହାଘର ବେଦୀରେ ବର-ବଧୂ ଦୁହେଁ ଦୁହିଁଙ୍କୁ ଫୁଲ ମାଳ ବଦଳରେ ପିଆଜ ଏବଂ ରସୁଣ ମାଳ ପିନ୍ଧାଇଛନ୍ତି । କେବଳ ଏତିକି ନୁହେଁ ବାହାଘରରେ ସାମିଲ ଥିବା ଅତିଥି ମାନେ ବି ବର-ବଧୂଙ୍କୁ ପିଆଉ ଉପହାର ଦେଇଛନ୍ତି ।
ଏନେଇ ସମାଜବାଦୀ ପାର୍ଟି ନେତା କମଲ ପଟେଲ କହିଛନ୍ତି, ଏବେ ପିଆଜ ଦର ଆକାଶ ଛୁଆଁ । ଗୋଟେ ମାସ ହେବ ପରିସ୍ଥିତି ଖରାପ ରହିଛି । ଏହା ଏବେ ସୁନା ଦର ସହ ସମାନ ହୋଇଯାଇଛି ।
ସେହିପରି ଅନ୍ୟଜଣେ ସମାଜବାଦୀ ପାର୍ଟିର ନେତା କହିଛନ୍ତି, ପିଆଜ ଦର ବୃଦ୍ଧିକୁ ନେଇ ଏହା ବର-ବଧୂଙ୍କ ପ୍ରତିକାତ୍ମକ ବିରୋଧ । ସେ ତାଙ୍କ ବିରୋଧ ପ୍ରଦର୍ଶନ କରିବା ପାଇଁ ଦୁହେଁ ଏଭଳି ଏକ ନିଆରା ଉପାୟ ଆପଣାଇଛନ୍ତି ।