ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନାଗରିକ ସଂଶୋଧନ ବିଲକୁ ବିରୋଧ କରି ଏବେ ପଶ୍ଚିମବଙ୍ଗରେ ଅଶାନ୍ତି ଦେଖା ଦେଇଛି । ଲୋକମାନେ ରାସ୍ତାଘାଟ ଓ ଟ୍ରେନ ଲାଇନରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଯାହା ଫଳରେ ଓଡିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା କେତେକ ଟ୍ରେନକୁ ବାତିଲ କରାଯାଇଛି । ତେବେ ଜାଣି ରଖନ୍ତୁ ଓଡିଶା ଦେଇ ଅତିକ୍ରମ କରୁଥିବା କେଉଁ ସବୁ ଟ୍ରେନକୁ ବାତିଲ କରାଯାଇଛି ।
ସେଗୁଡିକ ହେଲା – ହାୱଡା – ତିରୁପତି ହମସଫର ଏକ୍ସପ୍ରେସ, ହାୱଡା ଏର୍ଣ୍ଣାକୁଲମ ଅନ୍ତର୍ଦୟ ଏକ୍ସପ୍ରେସ, ହାୱଡା – ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାୱଡା – ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ, ହାଇଦ୍ରାବଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ, ହାୱଡା-ପୁନେ ଦୂରନ୍ତ ଏକ୍ସପ୍ରେସ, ହାୱଡା – ମୁମ୍ବାଇ ଗୀତାଞ୍ଜଳୀ ଏକ୍ସପ୍ରେସକୁ ବାତିଲ କରାଯାଇଛି ।
ସୂଚନାଯୋଗ୍ୟ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍ ହେବାର ଗୋଟେ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍ କୁ ମଞ୍ଜୁର ଦେଇଛନ୍ତି । ଏହି ବିଲ୍ ଏବେ ଆଇନ୍ ହେବା ସହ ପାକିସ୍ତାନ, ଆଫଗାନିସ୍ତାନ ତଥା ବାଲାଂଦେଶର ଅଳ୍ପସଂଖ୍ୟକ ଶରାଣାର୍ଥୀଙ୍କୁ ଭାରତୀୟ ନାଗରିକା ଦେବାର ରାସ୍ତା ସଫା ହୋଇଯାଇଛି । ବିପକ୍ଷ ଦଳର କଡା ବିରୋଧ ପରେ ବି ସରକାରଙ୍କ ପକ୍ଷରୁ ପ୍ରଥମେ ଲୋକସଭାରେ ଏବଂ ପରେ ରାଜ୍ୟ ସଭାରେ ଏହି ପାସ୍ କରାଯାଇଥିଲା । ବର୍ତ୍ତମାନ ଆଇନ ଅନୁଯାୟୀ, କୌଣସି ବ୍ୟକ୍ତିକୁ ଭାରତୀୟ ନାଗରିକତା ନେବା ପାଇଁ ଅତି କମ୍ ରେ ୧୧ ବର୍ଷ ରହିଥିଲା ମାତ୍ର ନୂତନ ଆଇନ ରେ ପଡୋଶୀ ଦେଶର ଅଳ୍ପସଂଖ୍ୟକଙ୍କ ପାଇଁ ଏହି ଅବଧିକୁ ହ୍ରାସ କରି ୬ ବର୍ଷ କରାଯାଇଛି । ପୂର୍ବ ଆଇନ୍ ଅନୁଯାୟୀ ଭାରତରେ ଅବୈଧ ଭାବେ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ନାଗରିକତା ମିଳିପାରୁ ନଥିଲା ଏବଂ ତାଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯାଉଥିଲା