ବେଙ୍ଗାଲୁର ( ଏଟିଆର ବ୍ୟୁରୋ): ଆମେ ସମସ୍ତେ ଜାଣିଛୁ ଚାଷୀଟିଏ କ୍ଷେତରେ ଯେତେ ପରିଶ୍ରମ କରିଥାଏ ତାର ମୂଲ୍ୟ କେବେ ମିଳିନଥାଏ । ସବୁବେଳେ ଫାଇଦା ମାରିଥାନ୍ତି ବ୍ୟବସାୟୀ । ମାତ୍ର ଏଥର ଏବେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏବେ ସାରା ଦେଶରେ ପିଆଜ ମଡକ ପଡିଛି । ପର୍ଯ୍ୟାପ୍ତ ପରିମାଣରେ ପିଆଜ ନଥିବାରୁ ଲୋକେ ଚଢା ଦରରେ ବଜାରରୁ ପିଆଜ କିଣୁଛନ୍ତି । ଏମିତିକି ଗୋଟେ ଗୋଟେ ସ୍ଥାନରେ ପିଆଜ ଦର ୨୦୦ ଟଙ୍କା ଛୁଇଁଥିଲା । ଫଳରେ ପିଆଜ ଖାଇବା ଲୋକେ ଏବେ ଛାଡି ଦେଇଛନ୍ତି ।
ତେବେ ଏହି ପିଆଜ ଚାଷ କରି ଆଜି ଜଣେ ଚାଷୀ କୋଟି ପତି ହୋଇ ଯାଇଛନ୍ତି । ମାତ୍ର ମାସ କେଇଟା ଭିତରେ ପାଖାପାଖି କୋଟିଏରୁ ଅଧିକ ଟଙ୍କା ଲାଭ କରିଛନ୍ତି । ବାଙ୍ଗାଲୁରର ଏହି ଚାଷୀଙ୍କ ନାମ ହେଉଛି ମଲ୍ଲିକାର୍ଜୁନ । ତାଙ୍କ କହିବା କଥା ସେ ପ୍ରତିବର୍ଷ ପିଆଜ ଚାଷ କରନ୍ତି । ଚଳିତ ବର୍ଷ ବ୍ୟଞାଙ୍କରୁ ଲୋନ ନେଇ ସେ ପିଆଜ ଚାଷ କରିଥିଲେ । ପାଖାପାଖି ୨୦ ଏକର ଜମିରେ ସେ ପିଆଜ ଚାଷ କରିଥିଲେ । ଯେଉଁ ପିଆଜକୁ ସେ ଏବେ କିଲୋ ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି । ସେ ଏହି ଚାଷରେ ୧୫ ଲକ୍ଷ ଟଙ୍କା ନିବେଶ କରିଥିଲେ । ତାଙ୍କର ଆଶା ଥିଲା ୫ ରୁ ୧୦ ଲକ୍ଷ ଟଙ୍କା ଲାଭ କରିବେ ବୋଲି ।