ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ଦୁଷ୍କର୍ମକାରୀକୁ ଫାଶୀ ଦେବା ପାଇଁ ସାଧାରଣ ଲୋକ ଦାବୀ କରୁଛନ୍ତି । ତେବେ ଏହିଭଳି ଏକ ସମୟରେ ଜଣେ ମହିଳା ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଘାତକ ହେବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି । ତେବେ ଚିଠି ଲେଖିଥିବା ମହିଳା ଜଣଙ୍କ କୌଣସି ସାଧାରଣ ମହିଳା ନୁହଁନ୍ତି । ସେ ହେଉଛନ୍ତି ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂ ଚିଠି ଲେଖିଛନ୍ତି । ସେ ରକ୍ତରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖଛନ୍ତିି ।
ନିର୍ଭୟା ଦୁଷ୍କର୍ମକାରୀକୁ ଫାଶୀ ଦେବାକୁ ସେ ଇଚ୍ଛା କରୁଛନ୍ତି । ଏଥିପାଇଁ ତାଙ୍କୁ ଅନୁମତି ଦିଆଯାଉ । ସେ ଆହୁରି ମଧ୍ୟ ସେଲିବ୍ରିଟି ଓ ସାଂସଦ ମାନଙ୍କୁ ଅନୁରୋଧ କରିଛନ୍ତି ସମସ୍ତେ ତାଙ୍କୁ ଏହି ଅନୁମତି ଦେବା ପାଇଁ ଅମିତ ଶାହାକୁ ନିବେଦନ କରନ୍ତୁ । ସେ ଆହୁରି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ‘ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ମୋ ଦ୍ୱାରା ହେବା ଦରକାର । ସରକାର ରାଜିହେଲେ ଦେଶକୁ ଏକ ନୂଆ ବାର୍ତ୍ତା ଯିବ’ । ସୂଚନାଯୋଗ୍ୟ ଚଳିତ ମାସ ମଧ୍ୟରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯାଇପାରେ ବୋଲି ଖବର ପ୍ରକାଶ ପାଇଥିଲା । ଏଥିପାଇଁ ତିହାର ଜେଲ ଘାତକ ଅନୁସନ୍ଧାନରେ ଅଛି । ଘାତକ ଯୋଗାଇ ଦେବାକୁ ତିହାର ଜେଲ କତ୍ତୃପକ୍ଷ ୟୁପି ଜେଲକୁ ପତ୍ର ଲେଖିଛନ୍ତି ।