ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନୂଆ ମୋଟରଯାନ ଆଇନ ଆସିବା ପରେ ଏବେ ପ୍ରାୟ ଆରଟିଓ ଅଫିସରେ ଖୁଦ ପକାଇବାକୁ ଯାଗା ନାହିଁ । ଏମିତି କି ଗୋଟିଏ ଗୋଟିଏ ରସିଦ ପାଇବା ପାଇଁ ଲୋକେ ଦୀର୍ଘ ଘଣ୍ଟା ଧରି ଧାଡିରେ ଅପେକ୍ଷା କରିବାକୁ ପଡୁଛି । ତେବେ ଜନସାଧାରଣଙ୍କ ଏହି ସମସ୍ୟାର ସମାଧାନ ପାଇଁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଯାଉଛି ଏକକ ରସିଦ ବ୍ୟବସ୍ଥା । ଯାହା ଫଳରେ ଲୋକଙ୍କୁ ଆଉ କେବଳ ଗୋଟିଏ ରସିଦ ପାଇଁ ଘଣ୍ଟାଘଣ୍ଟା ଧରି ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ ।
ସେହିଭଳି ସମସ୍ତ ବ୍ୟବସ୍ଥା ପାଇଁ ଚାଳକ ଗୋଟିଏ କ୍ଲିକରେ ଅନଲାଇନରେ ସମସ୍ତ ଫିସ ଦାଖଲ କରି ପାରିବେ । ଏନେଇ ପରିବହନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲର୍ଣ୍ଣି ଲାଇସେନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେସନ, ପରମିଟ , ଫିଟନେସ ପାଇଁ ଦିଆ ଯାଉଥିବା ଦେୟ ସହଜରେ ଅନଲାଇନ ମାଧ୍ୟମରେ ପୈଠ କରିହେବ । ପୂର୍ବରୁ ଅନଲାଇନରେ ଟଙ୍କା ଦେଇ ହେଉଥିଲେ ମଧ୍ୟ ରସିଦ ନେଇ ବିଭିନ୍ନ କାଉଣ୍ଟରରେ ଧାଡିରେ ଠିଆ ହୋଇ ଦେବାକୁ ପଡୁଥିଲା ।