ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନାଗରିକତା ଆଇନକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୮ ତାରିଖ ଅର୍ଥାତ ବୁଧବାର ହେବ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବିରୋଧୀ ଦଳର ନେତା ନାଗରିକ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ଯାହାର ଶୁଣାଣି ଆସନ୍ତା ୧୮ ତାରିଖକୁ ରଖିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଜାମିଆ ମିଲିଆ ବିଶ୍ୱ ବିଦ୍ୟାଳୟରେ ଘଟିଥିବା ହିଂସା ଘଟଣାକୁ ନେଇ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ କହିଛନ୍ତି ଆମେ ଅଧିକାର ନିର୍ଦ୍ଧାରଣ କରିବୁ ମାତ୍ର ଦଙ୍ଗାମୟ ପରିସ୍ଥିତିରେ ନୁହେଁ । ଏହା ବନ୍ଦ ହେଉ । ଆମେ ଆପଣାଛାଏଁ ଏହାକୁ ବିଚାରକୁ ନେବୁ ।