ଲକ୍ଷେ୍ନø(ଏଟିଆର ବ୍ୟୁରୋ): ସମାଜବାଦୀ ପାର୍ଟି ଏମପି ଆଜମ ଖାଁଙ୍କୁ ବଡ ଝଟକା । ଆଜମଙ୍କ ପୁଅ ଅବଦୁଲ୍ଲା ଖାଁଙ୍କ ବିଧାୟକ ପଦ ରଦ୍ଦ କରାଯାଇଛି । ଆଜି ଆହ୍ଲାବାଦ ହାଇକୋର୍ଟ ଅବଦୁଲ୍ଲାଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି । ଅବଦୁଲ୍ଲା ଗତ ୨୦୧୭ ବିଧାନସଭା ନିର୍ବାଚନ ବେଳେ ସ୍ୱାରରୁ ଜିତିଥିଲେ । ୨୦୧୭ ମସିହାରେ ହେଇଥିବା ନିର୍ବାଚନରେ ଅବଦୁଲ୍ଲା ମିଥ୍ୟା ପ୍ରମାଣ ପତ୍ର ଦାଖଲ କରିଥିବାର ଅଭିଯୋଗ ହୋଇଥିଲା । ଏହାକୁ ନେଇ ୨୦୧୭ ମସିହାରେ ବିଏସପି ନେତା ନୱାବ କାଜିମ ଅଲ୍ଲୀଙ୍କ ପକ୍ଷରୁ କୋର୍ଟରେ ଏକ ଆବେଦନ କରିଥିଲେ ।
ନୱାବ କାଜିମ ଅଲ୍ଲୀ ଅଭିଯୋଗ କରିଥିଲେ ଯେ, ୨୦୧୭ ମସିହାରେ ହୋଇଥିବା ନିର୍ବାଚନ ସମୟରେ ଅବଦୁଲ୍ଲାଙ୍କୁ ସର୍ବନିମ୍ନ ନିର୍ଦ୍ଦାରିତ ବୟସ ୨୫ ବର୍ଷ ହୋଇ ନଥିଲା । ଏହା ସହ ନୱାବ ଆବେଦନରେ ଉଲ୍ଲେଖ କରିଥିଲେ ଯେ, ନିର୍ବାଚନ ଲଢିବା ପାଇଁ ଅବଦୁଲ୍ଲା ମିଛ ଦସ୍ତାବିଜ ଦାଖଲ କରିଥିଲେ । ତେବେ ଏହା ଉପରେ କୋର୍ଟଙ୍କ ପକ୍ଷରୁ ମାମଲା ଶୁଣାଣି କରାଯାଇ ସେପ୍ଟେମ୍ବର ୨୭ରେ ରାୟକୁ ସଂରକ୍ଷିତ ରଖାଯାଇଥିଲା । ତେବେ ଆଜି ବିଚାର ପତି ଏସ୍.ପି. କେଶରସ୍ୱାନୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ହେଇଛନ୍ତି ।