ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏବେ ଚାରିଆଡେ ବାହାଘରର ସିଜିନ ଚାଲିଛି । ଆପଣ ମାନଙ୍କ ପାଖକୁ ଡର୍ଜେନେ ନିମନ୍ତ୍ରଣ କାର୍ଡ ମଧ୍ୟ ଆସିଥିବ । ତେବେ ବାହାଘର ପୁର୍ବରୁ ସବୁକିଛି ପ୍ଲାନିଙ୍ଗ ହିସାବରେ ହିଁ କରାଯାଇଥାଏ । ଲୋକ ଜାତକ ମିଶାଇ ବିବାହ କରୁଛନ୍ତି ସତ କିନ୍ତୁ ବର ବଧୁଙ୍କର ମେଡିକାଲ ଟେଷ୍ଟ ବା ଶାରିରୀକ ପରିକ୍ଷା କରୁନାହାନ୍ତି, ଯାହାଫଳରେ ଭବିଷ୍ୟତରେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଥାଏ ।
ତେବେ ଆସନ୍ତୁ ଜାଣିବା ସେମିତି କିଛି ଟେଷ୍ଟ ଯାହାକୁ କରାଇବା ଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ ।
ଇନ-ଫର୍ଟିଲିଟି ଟେଷ୍ଟ
ଏହି ଟେଷ୍ଟରେ ମହିଳାଙ୍କ ଓଭାରି ଓ ପୁରୁଷଙ୍କ ଶୁକ୍ରାଣୁ ର ଟେଷ୍ଟ କରାଯାଏ । ଯାହାଫଳରେ ଆପଣଙ୍କୁ ଜଣା ପଡିବ ଯେ ପିତା-ମାତା ହେବା ପାଇଁ ଆପଣଙ୍କ ଯୋଡି କେତେ ପରଫେକ୍ଟ ।
ବ୍ଲଡ-ଗ୍ରୁପ୍ ଟେଷ୍ଟ
ଏମିତିରେ ଦେଖିବାକୁ ଗଲେ ଏହା ଏକ ସାଧାରଣ ଟେଷ୍ଟ ଭଳି ମନେ ହୋଇପାରେ କିନ୍ତୁ ଏହା ଅତ୍ୟନ୍ତ ଜରୁରୀ । ବ୍ଲଡ-ଗ୍ରୁପ୍ ଟେଷ୍ଟ ଦ୍ୱାରା RHଫ୍ୟାକ୍ଟର ର ସ୍ଥିତି ଜଣା ପଡିଥାଏ । ଯାହାଫଳରେ ଗର୍ଭଧାରଣ ସମୟରେ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଅନୁବାଂଶିକ ରୋଗ ପରୀକ୍ଷା
କିଛି ରୋଗ ଏମିତି ହୋଇଥାଏ ଯାହା ବଂଶଗତ ହୋଇଥାଏ । ଯାହାଫଳରେ ଭବିଷ୍ୟତ ପିଢୀ ରୋଗର ଶିକାର ହୋଇ ପାରନ୍ତି । ଏହି ଟେଷ୍ଟ କରାଇନେବା ଦ୍ୱାରା ସେ ଭୟ ଦୁର କରାଯାଇପାରେ ।
ଏସଟିଡି ଟେଷ୍ଟ
ସେକ୍ସୁଆଲୀ ଟ୍ରାନ୍ସମିଟେଡ ଡିଜିଜ କୁ ଜାଣିବା ପାଇଁ ଏହି ଟେଷ୍ଟ କରାଯାଇଥାଏ । ଏହି ଟେଷ୍ଟରେ ଏଚ୍ଆଇଭି, ଏଡସ୍ ସହିତ ଅନ୍ୟାନ ସଂକ୍ରାମକ ରୋଗ ର ଟେଷ୍ଟ ମଧ୍ୟ କରାଯାଇଥାଏ ।