ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ତେବେ ଏହିଭଳି ଏକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ନାଗରିକ ସଂଶୋଧନ ଆଇନକୁ ସ୍ୱାଗତ କରୁଛି ମାତ୍ର ଏନଆରସିକୁ ସ୍ୱାଗତ କରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟାକୁ ନେଇ କଂଗ୍ରେସ କହିଛି ବିଜେଡି ଏବେ ଦୋମୁହାଁ ନୀତି ଗ୍ରହଣ କରୁଛି ।
ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ନାଗରିକ ସଂଶୋଧନ ଆଇନ ଭାରତୀୟଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ମାତ୍ର ବିଜେଡି ଏନଆରସିକୁ ସମର୍ଥନ ଦେଉନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନାଗରିକ ସଂଶୋଧନ ଆଇନ କେବଳ ବିଦେଶୀଙ୍କ ପାଇଁ ଉଦିଷ୍ଟ । ଗୁଜବ ଉପରେ ବିଶ୍ୱାସ ନକରିବାକୁ ସେ କହିଛନ୍ତି । ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।