ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ବିଭିନ୍ନ ରାଜ୍ୟ ସମେତ ଆସାମରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଇତିମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲ ମୁସଲମାନ ଲୋକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସେ ଲୋକଙ୍କୁ ଆଶ୍ୱସନା ଦେଇଛନ୍ତି କି, ସେମାନଙ୍କର ଅଧିକାର ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି । କେବଳ କିଛି ଲୋକ ଜନସାଧାରଣଙ୍କୁ ବାଁ ବୁଲାଉଛନ୍ତି ।
ମୁଖ୍ୟମନ୍ତ୍ରୀ ସୋନବାଲା ଆହୁରି ମଧ୍ୟ କହିଛନ୍ତି କି, ନାଗରିକତା ସଂଶୋଧନ ଆଇନ ଦ୍ୱାରା ସଂସ୍କୃତି, ପରିଚୟ ଏବଂ ଲୋକଙ୍କ ଉପରେ କୌଣସି ବିପଦ ନାହିଁ । ଏବେ ଆସାମର ସ୍ଥିତି ସାମାନ୍ୟ ଏବଂ ଶାନ୍ତିପୂର୍ଣ୍ଣ ରହିଛି । ଶୁକ୍ରବାରଠୁ ଇଣ୍ଟରନେଟ୍ ସେବା ବି ଆରମ୍ଭ କରିଦିଆଯାଇଛି । କୌଣସି ବ୍ୟକ୍ତି ଆସାମର ଅଧିକାରକୁ ଛଡାଇ ପାରିବେ ନାହିଁ, ଆମ ଭାଷା ଏବଂ ଆମ ପରିଚୟ ପାଇଁ କୌଣସି ବିପଦ ନାହିଁ ।
ସୂଚନାଯୋଗ୍ୟ, ନାଗରିକତା ଆଇନ ବିରୋଧରେ ଆସାମାରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଅନେକ ସାମାଜିକ ସଂଗଠନ ଏବଂ ବିପକ୍ଷ ଦଳ ପକ୍ଷରୁ ଗୌହାଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ମାତ୍ର କୌଣସି ସ୍ଥାନରୁ ହିଂସାତ୍ମକ ଖବର ଆସିନାହିଁ । ।