ପୁରୀ (ଏଟିଆର ବ୍ୟୁରୋ): ପୁଣି ଶ୍ରୀମନ୍ଦିର ଭିତରକୁ ଗଲା ମୋବାଇଲ । ଶ୍ରୀମନ୍ଦିର ଭିତରେ ଜଣେ ଯୁବକ ଚାହାଣି ମଣ୍ଡପରେ ଛିଡା ହୋଇ ମୋବାଇଲରେ କଥା ହେଉଥିବାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । କଡା ସୁରକ୍ଷା ବଳ ଥାଇ ମଧ୍ୟ କିପରି ମନ୍ଦିର ଭିତରକୁ ଯାଉଛି ମୋବାଇଲ । ପ୍ରକୃତରେ ଏ ଯୁବକ ଜଣକ କିଏ? ଯିଏ ମନ୍ଦିର ନିମୟ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇଛନ୍ତି ଏବଂ ଘଣ୍ଟା ଘଣ୍ଟା ଧରି ଚାହାଣି ମଣ୍ଡପ ଉପରେ ଛିଡା ହୋଇ କଥା ହୋଇଛନ୍ତି ।
ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା ଥିବା ସତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରର ଭିଜୁଆଲ ଭାଇରାଲ ହେବାକୁ ନେଇ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡା କଡା କରାଯାଉଛି ।