ଗଞ୍ଜାମ(ଏଟିଆର ବ୍ୟୁରୋ): ଆଜି ଭୋରରେ ଗଞ୍ଜାମ ଆସିକା ଅଞ୍ଚଳର ଶେରଗଡ ଠାରେ ଗୋଟିଏ ମୋଟର ସାଇକେଲ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଗଭୀର ଭାବେ ଆହାତ ହୋଇଥିଲେ ମୋଟର ସାଇକେଲ ଚାଳକ ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ମଧ୍ୟ ଆହତଙ୍କ ପାଖରେ ସାହାର୍ଯ୍ୟ ପହଞ୍ଚି ପାରିନଥିଲା । ଠିକ ଏହି ସମୟରେ ସେହି ରାସ୍ତା ଦେଇ ଆସୁଥିଲେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ । ଦୁର୍ଘଟଣା ଦେଖି ଜିଲ୍ଲାପାଳ ମାନବିକତା ଦେଖାଇ ଆହାତ ବ୍ୟକ୍ତି ଜଣଙ୍କୁ ନିଜ ଗାଡି ମାଧ୍ୟମରେ ନେଇ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଜିଲ୍ଳାପାଳଙ୍କ ଏଭଳି ମାନବିକତା କୁ ସବୁ ମହଲରେ ପ୍ରଶଂଶା କରିବା ସହିତ କଥାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।