ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ପାକିସ୍ତାନ ଏକ ଏମିତି ଦେଶ ଯାହା ଆତଙ୍କବାଦ୍ ଏବଂ ଆତଙ୍କବାଦୀଙ୍କୁ ସବୁବେଳେ ସମର୍ଥନ କରି ଆସୁଛି । କିନ୍ତୁ ବର୍ତ୍ତମାନ ପାକିସ୍ତାନର ଆତଙ୍କବାଦୀ ମାନଙ୍କ ପାଇଁ ଏହି ଉଦାରତା ତାକୁ ମହଙ୍ଗା ପଡିଛି ।
ସାରା ଦୁନିଆରେ ଆତଙ୍କବାଦୀଙ୍କୁ ଆର୍ଥିକ ସହଯୋଗ (ଟେରର ଫାଇନେସିଂ) ଓ ଧନ ଶୋଧନ (ମନି ଲଣ୍ଡ୍ରିଂ) ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସଲ ଆକ୍ସନ ଟ୍ୟାକ୍ସ ଫୋର୍ସ (ଏଫଏଟିଏଫ) ପୁଣି ଥରେ ପାକିସ୍ତାନକୁ ୧୫୦ଟି ପ୍ରଶ୍ନ କରିଛି । ଏହି ସବୁ ପ୍ରଶ୍ନର ଉତ୍ତର ପାକିସ୍ତାନକୁ ଆସନ୍ତା ଜାନୁୟାରୀ ୮ ତାରିଖ ମଧ୍ୟରେ ଦବାକୁ ପଡିବ ।
ତେବେ ପ୍ରଶ୍ନ ଗୁଡିକ ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ ତରଫରୁ ଆତଙ୍କବାଦ ଉପରେ କରାଯାଇଥିବା କାର୍ଯ୍ୟନୁଷ୍ଠାନ ସହ ଜଡିତ । ଏଫଏଟିଏଫ ପାକିସ୍ତାନରେ ପରିଚାଳିତ ହେଉଥିବା ମଦରସାରେ ସୁଧାର ଆଣିବା ପାଇଁ ନିଆଯାଇଥିବା ଆଇନଗତ ର୍କର୍ଯ୍ୟାନୁଷ୍ଠାନର ବିବରଣୀ ମଧ୍ୟ ମାଗିଛି ।
ଏଥି ସହିତ ଏଫଏଟିଏଫ ପାକିସ୍ତାନୀ ଅଧିକାରୀଙ୍କୁ ଏହା ଶୁନିଶ୍ଚିତ କରିବାକୁ କହିଛି ଯେ ଯେଉଁ ଲୋକମାନେ ଆତଙ୍କବାଦରେ ଜଡିତ ଅଛନ୍ତି ତାଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଉ ।
ସେପଟେ ଏହି ପ୍ରଶ୍ନ ସବୁର ଉତ୍ତର ଆଧାରରେ ଆସନ୍ତା ବର୍ଷ ହେବାକୁ ଥିବା ଏଫଏଟିଏଫର ବୈଠକରେ ପାକିସ୍ତାନ ବ୍ଳାକଲିଷ୍ଟ ହେବ କି ନାହିଁ ତାର ନିଣ୍ଣୟ କରାଯାଇପାରେ ।