ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ମେଲ, ଏବେ ଗୋଟେ କମନ ଜିନିଷ ହୋଇ ଗଲାଣି । ଯିଏ ଆଣ୍ଡ୍ରଏଡ ଫୋନ ଟିଏ ଧରିଲା ତାର ମେଲ ଆଇଡି ଖୋଲିବା ଆବଶ୍ୟକ ପଡିଥାଏ । ନେଇ ବ୍ୟାଙ୍କିଙ୍ଗ ପାଇଁ ମଧ୍ୟ ମେଲ ଆଇଡି ଆବଶ୍ୟକ ହେଉଛି । ଏବେ ମେଲ ସବୁକୁ ବିଭିନ୍ନ ପ୍ରକାରର ବିଜ୍ଞାପନ ମେଲ ଆସୁଛି । ଯେଉଁଥିରେ ରହିଥାଏ କିଛି ଠକେଇ ସସ୍ଥାର ମେଲ । ଯାହାକୁ ଆପଣ କ୍ଲିକ କଲେ ଆପଣଙ୍କ ଫୋନ ନଂ ଓ ଆକାଉଣ୍ଟ ନମ୍ବର ମାଗିଥାଏ । ଯଦି ଆଫଣ ଏହା ଦେଇ ଦେଉଛନ୍ତି ତେବେ ଏହା ଆପଣଙ୍କୁ ମହଙ୍ଗା ପଡିପାରେ । ତେବେ ଜୁାଣନ୍ତୁ କିଭଳି ଆପଣ ଏହାଠାୁ ବର୍ତ୍ତିବେ
ଲଟେରି କାର୍ଡ-
ଯଦି ଏଭଳି କିଛି ମେସେଜ ଆଫଣଙ୍କ ପାଖକୁ ଅସୁଛି ତେବେ ଯଥା ସମ୍ଭବ ଏହାଠାରୁ ଦୂରେଇ ରୁହନ୍ତୁ । ଏହାକୁ ତୁରନ୍ତ ଡିଲେଟ କରି ଦିଅନ୍ତୁ । କେବେ ନିଜର କୌଣସି ତଥ୍ୟ ଏଥିରେ ଦିଅନ୍ତୁ ନାହିଁ ।
କ୍ରେଡିଟ କାର୍ଡ-
ଆଜିକାଲି ଲୋକମାନେ କ୍ରେଡିଡ କାର୍ଡର ଅଧିକ ବ୍ୟବହାର କରୁଛନ୍ତି । ବିଭିନ୍ନ ସମୟରେ ମେଲରେ ଏଭଳି ମେସେଜ ଆସିଥାଏ କି । ଯେଉଁଥିରେ ଲେଖା ହୋଇଥାଏ ଆପଣଙ୍କ କ୍ରେଡିଟକାର୍ଡ ବ୍ୟାଙ୍କଦ୍ୱାରା ଆପଣଙ୍କ ଘରକୁ ପଠାଇ ଦିଆଯାଇଛି । କାର୍ଡ ପାଇବା ପାଇଁ ଏହି ଫର୍ମକୁ ଭରନ୍ତୁ । ଆଉ ଯଦି ଆପଣ ଏହି ଫର୍ମକୁ ଭରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ।