ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନସି ମେସିନ ଲର୍ଣ୍ଣିଂ ସେଣ୍ଟରକୁ ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟୟରେ ଏହି ସେଣ୍ଟରେ ୩୦ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯିବ । ଏହା ଟେକ ମହିନ୍ଦ୍ରା ଦ୍ୱାରା ପରିଚାଳିତ ହେବ । ସ୍ୱତନ୍ତ୍ର ଭାବେ ଛାତ୍ରଛାତ୍ରୀମାନଙ୍କୁ ୩ମାସ ଯାଏଁ ଟ୍ରେନିଂ ପ୍ରଦାନ କରାଯିବ । ରାଜ୍ୟର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନସି ମେସିନ ଲର୍ଣ୍ଣିଂ ସେଣ୍ଟର ସିଇଟି କଲେଜ ଉଦଘାଟିତ ହୋଇଛି । ଏହି ଟ୍ରେନିଂ ସେଣ୍ଟରରେ ୩ମାସ ମଧ୍ୟରେ ୩୦ଜଣ ଛାତ୍ରଛାତ୍ରୀଙ୍କ ଟ୍ରେନିଂ ଦିଆଯାଉଥିବା ବେଳେ ଏହାକୁ ବିପିୟୁଟି, ଟେକ ମହେନ୍ଦ୍ରା ଓ ସିଇଟି ଦ୍ୱାରା ପରିଚାଳିତ କରାଯିବ ।
ତେବେ ଟ୍ରେନିଂ ଦିଆଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଇଞ୍ଜିନିୟରିଂ କଲେଜରୁ ମନୋନୀତ କରାଯାଇଛି । ଏଠାରେ ମେଡିସିନ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଟ୍ରାନ୍ସପୋର୍ଟ, ଇଞ୍ଜିନିୟରିଂ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ କିଭଳି ଟେକ୍ନିକାଲି ସଲଭ କରିହେବ ସେ ନେଇ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯିବ । ଛାତ୍ରଛାତ୍ରୀ ଟେରିୟାନଭେଇକିଲ, ବୋରୱେଲ ରେସକ୍ୟୁ, ରେସକ୍ୟୁ ବୋଟ ଭଳି ପ୍ରୋଜେକ୍ଟରେ କାମ କରିବେ । ଏହାଫଳରେ କର୍ପୋରେଟ ଓ ସରକାରୀ ସ୍ତରରେ ଉପୁଜୁଥିବା ସମସ୍ୟାକୁ ସହଜରେ ସମାଧାନ କରିହେବ । ପ୍ରଥମ ପର୍ଯ୍ୟୟରେ ୩୦ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଉଥିବା ବେଳେ ପରବର୍ତ୍ତୀ ସମୟରେ ସିଟ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି ।