ଅନୁଗୋଳ (ଏଟିଆର ବ୍ୟୁରୋ): ବସ ଓ ବୋଲେର ମୁହାଁମୁହିଁ ଧକ୍କା । ୪ ମୃତ ୬ ଗୁରୁତର । ଏମିତି ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ହୋଇଛି ଅନୁଗୋଳ ଜରପଡା ୫୫ ନଂ ଜାତୀୟ ରାଜପଥ ଉପରେ । ସୂଚନା ଅନୁସାରେ ଗତକାଲି ରାତିରେ ଏହି ଦୁର୍ଘଟଣା ହୋଇଛି । ଗତକାଲି ଏକ ବୋଲେରରେ ଛତିଶଗଡରୁ ଡ୍ରାଇଭରକୁ ମିଶାଇ ଛତିଶଗଡରୁ ପୁରୀ ଯାତ୍ରା କରୁଥିଲେ । ଅନୁଗୁଳର ଜରପଡା ୫୫ନଂ ଜାତୀୟ ରାଜପଥରେ ଏକ ବସ ସହିତ ବୋଲେରର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସେହିଭଳି ଗାଡିରେ ଥିବା ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ୩ ମହିଳା ଅଛନ୍ତି । ଧକ୍କା ଦେଇଥିବା ବସଟିର ନାମ ସୁଶୀଲ ବୋଲି ଜଣା ପଡିଛି । ଏନେଇ ଅଗ୍ନୀଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।