ପୁରୀ (ଏଟିଆର ବ୍ୟୁରୋ): ଆସନ୍ତା ଡିସେମ୍ବର ୨୬ ତାରିଖରେ ପଡିବ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ । ଏନେଇ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେବ ବୋଲି ସୂଚନା ମିଳିଛି । ଏହାସହିତ ଡିସେମ୍ବର ୨୫ ତାରିଖ ତଥା ବଡ ଦିନରେ ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର ।
ସୂର୍ଯ୍ୟ ପରାଗ ଲାଗିବା ସମୟରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ପରାଗ ନୀତି କରାଯିବ । ପରାଗ ଛାଡିବା ପରେ ଶ୍ରିଜିଉଙ୍କୁ ସ୍ନାନ କରାଯାଇ ସ୍ୱତନ୍ତ୍ର ନୀତି କାନ୍ତି କରାଯିବ ।
ଆସନ୍ତା ଡିସେମ୍ବର ୨୬ ତାରିଖ ସକାଳ ୮ ଘଣ୍ଟା ୨୦ ମିନିଟ୍ ୮ ସେକେଣ୍ଡରେ ପରାଗ ସ୍ପର୍ଶ ହେବ । ସେହିପରି ସର୍ବ ମୋକ୍ଷର ସମୟ ୧୧ ଘଣ୍ଟା ୨୯ ମିନିଟ୍ ୧୦ ସେକେଣ୍ଡ ରହିଛି । ଏହି ସମୟ ମଧ୍ୟ ପାକ୍ ଏବଂ ଭୋଜନ ନିଷେଧ ରହିଛି ।