ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି କେନ୍ଦ୍ର କ୍ୟାବିନେଟର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜାତୀୟ ଜନଗଣନା ପଞ୍ଜିକା (ଏନପିଆର)କୁ ମଞ୍ଜୁରୀ ମିଳିଯାଇଛି । ଏହାଛଡା କ୍ୟାବିନେଟ ୩,୯୪୧.୩୫ କୋଟି ଟଙ୍କା ଏନପିଆରକୁ ଅଡିଟ କରିବା ପାଇଁ ପ୍ରଦାନ କରିଛନ୍ତି । ଅନ୍ୟପଟେ ୨୦୨୧ରେ ହେବାକୁଥିବା ଜନଗଣନା ପାଇଁ ଖର୍ଚ୍ଚ ର୍ ବାବଦରେ ୮,୭୫୧.୨୩ କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରିଛି କ୍ୟାବିନେଟ । ଏନପିଆର ଅପଡେଟିଂ କାମ ଆସନ୍ତା ବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ଯାଏ ଚାଲିବ । ଏନପିଆର ଭାରତରେ ରହୁଥିବା ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ହେବ । ୨୦୨୧ ଫେବୃଆରୀ ମାସରେ ଜନଗଣନା ଆରମ୍ଭ ହେବାକୁ ଥିବା ବେଳେ ଏହାପୂର୍ବରୁ ୨୦୨୦ରୁ ହିଁ ଏନପିଆର ଅପଡେଟ କରାଯିବ । ୨୦୧୮-୧୯ରେ ସ୍ୱଦେଶ ଦର୍ଶନ ସ୍କିମ ଅଧୀନରେ ଘୋଷଣା ହେବାକୁ ଥିବା ୧୦ଟି ପ୍ରକଳ୍ପ ପାଇଁ ୬୨୭.୪୦ କୋଟି ଟଙ୍କା ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି । ଅନ୍ୟପଟେ ୧୮୫୪.୪୬ କୋଟି ଟଙ୍କା କ୍ୟାବିନେଟ ନୂଆ ପ୍ରକଳ୍ପ ପାଇଁ ମୋହର ମାରିଛନ୍ତି ।
ଏନପିଆର ପାଇଁ ସାମାନ୍ୟ ନାଗରିକ ଅର୍ଥ ହେଉଛି ଯେଉଁମାନେ କୌଣସି ସ୍ଥାନୀୟ କ୍ଷେତ୍ରରେ ଗତ ଛଅ ମାସରୁ ଅଧିକ ସମୟ ହେବ ରହୁଛନ୍ତି କିମ୍ବା ଛଅ ମାସରୁ ଅଧିକ ସମୟ ରହିବାର ଯୋଜନା କରିଛନ୍ତି । ଆଧିକାରିକ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ପାଇଁ ଶେଷ ଥର ବର୍ଷ ୨୦୧୦ରେ ଡାଟା ଏକାଠି କରାଯାଇଥିଲା । ଯେବେ ୨୦୧୧ ପାଇଁ ଜନଗଣନା କରଯାଇଥିଲା । ସେହି ଡାଟାକୁ ପୁଣି ୨୦୧୫ରେ ଅପଡେଟ୍ କରାଯାଇଥିଲା । ଏଥିରେ ଘରେ ଘରେ ବୁଲି ସର୍ଭେ କରିବାକୁ ପଡିଥିଲା । ସେହି ଡାଟାକୁ ଡିଜିଟାଲ କରିବାର ପ୍ରକ୍ରିୟା ପୁରଣ କରାଯାଇ ସାରିଛି ।