ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ଏବେ ସୁରକ୍ଷାକର୍ମୀଙ୍କୁ ଆଉ ଏତେ ସହଜରେ ଛୁଇଁ ପାରିବନି ପ୍ରତିପକ୍ଷଙ୍କ ସ୍ନାଇପର ଗୁଳି । ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଦେବ ବୁଲେଟପ୍ରୁଫ ଜ୍ୟାକେଟ । ଏବେ ଏମିତି ଏକ ଜ୍ୟାକେଟକୁ ବିକଶିତ କରିଛନ୍ତି ଭାରତୀୟ ସେନାର ଜଣେ ମେଜର । ପ୍ରତିପକ୍ଷଙ୍କ ଗୁଳି କବଳରୁ ସେନାକୁ ସୁରକ୍ଷିତ ରଖିବା ପାଇଁ ସେ ଏହି ଜ୍ୟାକେଟକୁ ନିର୍ମାଣ କରିଛନ୍ତି ମେଜର ଅନୂପ ମିଶ୍ର ।
ତେବେ ସବୁଠାରୁ ବଡକଥା ହେଉଛି ନିର୍ମାଣ ହୋଇଥିବା ସ୍ନାଇପର ଗୁଳି ମଧ୍ୟ ଏହି ଜ୍ୟାକେଟକୁ ଭେଦ କରି ପାରିବ ନାହିଁ । ଏହି ଜ୍ୟାକେଟର ନାମ ରଖାଯାଇଛି ସର୍ବତ୍ର । ଏହି ଜ୍ୟାକେଟଟିକୁ ପୁନେର କଲେଜ ଅଫ ଇଞ୍ଜିନିୟରିଂ ଠାରେ ବିକଶିତ କରାଯାଇଛି । ନିୟନ୍ତ୍ରଣ ରେଖାରେ କାର୍ଯ୍ୟ କରୁଥିବା ଯବାନ ମାନଙ୍କ ପାଇଁ ଏହା ସୁରକ୍ଷା କବଚ ହେବ ବୋଲି ଆଶା କରାଯାଉଛି ।